ଏୟାରଫୋର୍ସ ଦିଲ୍ଲୀ ଫାଇନାଲ୍‌ରେ

ପ୍ରଦୀପ ସ୍ମାରକୀ ଟେ୍ଵଣ୍ଟି-୨୦ କ୍ରିକେଟ୍‌

ବନ୍ତ (ଭଦ୍ରକ): ଏଠାରେ ଚାଲିଥିବା ୨୫ତମ ପ୍ରଦୀପ ସ୍ମାରକୀ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଏୟାରଫୋର୍ସ ଦିଲ୍ଲୀ ପହଞ୍ଚିଯାଇଛି। ଶନିବାର ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ରେ ଦିଲ୍ଲୀ ଦଳ ବିଶାଖାପାଟଣା ରେଳବାଇକୁ ୧୦୯ ରନ୍‌ରେ ପରାସ୍ତ କରିଦେଇଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା ଦିଲ୍ଲୀ ଦଳ ୬ ଓ୍ଵିକେଟ ହରାଇ ୧୭୩ ରନ୍‌ କରିଥିଲା। ଅଭିଷେକ ତିଓ୍ଵାରୀ ୬୦ ଏବଂ ନଭନୀତ ସିଂ ୫୩ ରନ୍‌ କରିଥିଲେ। ବିଶାଖାପାଟଣା ପକ୍ଷରୁ ଆର ପ୍ରସାଦ ଓ ଆପ୍ପା ରାଓ ୨ ଓ୍ଵିକେଟ୍‌ ଲେଖାଏଁ ନେଇଥିଲେ। ଜବାବରେ ବିଶାଖାପାଟଣା ଦଳ ୧୦.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୬୪ ରନ୍‌ କରିପାରିଥିଲା। ଦିଲ୍ଲୀ ଦଳର ଅଭିଷେକ ସାକୁଜା ୩.୨ ଓଭର ବୋଲିଂ କରି ୬ ଓ୍ଵିକେଟ୍‌ ଦଖଲ କରିଥିଲେ। ଅଭିଷେକଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଭିଷେକଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର