ଅଗଷ୍ଟ ୨୭ରୁ ଏସିଆ କପ୍ ଟି-୨୦ କ୍ରିକେଟ୍ : ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକ୍

ମୁମ୍ବାଇ : ଚଳିତ ବର୍ଷ ଅଗଷ୍ଟ ୨୭ରୁ ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏହା ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ଟି-୨୦ ଫର୍ମାଟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ଖେଳାଯିବ ବୋଲି ଏସୀୟ କ୍ରିକେଟ ପରିଷଦ(ଏସିସି)ର ବାର୍ଷିକ ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟର କ୍ବାଲିଫାୟର ମ୍ୟାଚ ଗୁଡ଼ିକ ଅଗଷ୍ଟ ୨୦ରୁ ଆରମ୍ଭ ହେବ ।

ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ଚିରାଚରିତ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇପାରନ୍ତି । କେବଳ ଏହି ଟୁର୍ଣ୍ଣାମେଣ୍ଟ ନୁହେଁ, ଅକ୍ଟୋବର ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପରେ ବି ଦୁଇ ଦେଶ ମଧ୍ୟରେ ଏକ ଲିଗ୍ ମ୍ୟାଚ ଖେଳାଯିବ । ଗତ ବର୍ଷ ଟି-୨୦ ବିଶ୍ବକପରେ ପାକିସ୍ତାନ ଦଳ ଭାରତକୁ ପରାସ୍ତ କରିଥିଲା ।

ଶ୍ରୀଲଙ୍କା ୨୦୨୦ରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଦୁଇ ବର୍ଷ ଧରି ଏହା ହୋଇପାରିନଥିଲା । ଏଣୁ ୨୦୨୨ରେ ଶ୍ରୀଲଙ୍କାକୁ ଆୟୋଜନ ଦାୟିତ୍ବ ପ୍ରଦାନ କରାଯାଇଛି । ୨୦୨୩ର ଏସିଆ କପ୍ ପାକିସ୍ତାନରେ ଆୟୋଜନ ହେବ ।

ଏସୀୟ କ୍ରିକେଟ ପରିଷଦ(ଏସିସି)ର ବାର୍ଷିକ ସାଧାରଣ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବିସିସିଆଇ ସଚିବ ଜୟ ଶାହା ଆସନ୍ତା ୨୦୨୪  ଏସିସିର ସଭାପତି ରହିବେ । ସେହିପରି କାତାରକୁ ଦିଆଯାଇଥିବା ସହଯୋଗୀ ସଦସ୍ୟ ମାନ୍ୟତାକୁ ବଦଳାଇ ନିୟମିତ ସଦସ୍ୟରେ ପରିଣତ କରାଯାଇଛି  ।

ସମ୍ବନ୍ଧିତ ଖବର