ଚାଙ୍ଗ୍ୱନ୍ (ଦକ୍ଷିଣ କୋରିଆ): ଏଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବନ୍ଧୁକଚାଳନା ବିଶ୍ବକପ୍ରେ ଶନିବାର ଭାରତର ଐଶ୍ବରୀ ପ୍ରତାପ ସିଂହ ଟୋମାର ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। ୫୦ ମିଟର ରାଇଫଲ ଥ୍ରି ପୋଜିସନ୍ ଇଭେଣ୍ଟରେ ସେ ହଙ୍ଗେରିର ଜଲାନ ପେକ୍ଲାରଙ୍କୁ ୧୬-୧୨ରେ ପରାସ୍ତ କରି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ସେ ମଧ୍ୟ କ୍ବାଲିଫିକେସନ୍ ରାଉଣ୍ଡରେ ଅଗ୍ରଣୀ ସ୍କୋରର୍ (୫୯୩) ରହିଥିଲେ। ଭାରତକୁ ସ୍ବର୍ଣ୍ଣ ପଦକ ମିଳିଯାଇଥିଲା ବେଳେ ହଙ୍ଗେରି ଉଭୟ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲା। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ଚୈନ୍ ସିଂହ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ଐଶ୍ବରୀଙ୍କ ସ୍ବର୍ଣ୍ଣ ପଦକ ହାସଲ ନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଟ୍ବିଟ୍ କରିଛି।