ଆଇଟା ସିଏସ୍‌-୭ ସିରିଜ: ଲଲିତ ଓ ସୋହିନୀଙ୍କୁ ଯୁଗଳ ମୁକୁଟ

ଭୁବନେଶ୍ବର: ଭୁବନେଶ୍ବର ଟେନିସ୍‌ ସଂଘ (ଟିଏବି) ଦ୍ବାରା ଗତ ୪ରୁ ୮ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ ଟେନିସ୍‌ କଂପ୍ଲେକ୍ସରେ ଆୟୋଜିତ ଓଟିଏ-ଆଇଟା ଚାମ୍ପିଅନ୍‌ସିପ୍ ସିରିଜ୍‌ (ସିଏସ୍‌-୭) ପ୍ରତିଯୋଗିତାରେ ଦୁଇ ଓଡ଼ିଆ ତାରକା ଲଲିତ ଟୁଡୁ ଏବଂ ସୋହିନୀ ଏସ୍‌ ମହାନ୍ତି ଯଥାକ୍ରମେ ୧୬ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗରେ ଯୁଗଳ ମୁକୁଟ ହାସଲ କରିଛନ୍ତି। ବାଳକ ଏକକ ଫାଇନାଲ୍‌ରେ ଲଲିତ ୭-୬ ଓ ୬-୧ ସେଟ୍‌ରେ କମଲେଶ ରଥଙ୍କୁ ପରାସ୍ତ କରିଥିଲା ବେଳେ ଯୁଗଳରେ ଅନିକେତ ସାହୁଙ୍କୁ ସାଥୀ କରି ୬-୪ ଓ ୬-୪ ସେଟ୍‌ରେ ଓଡ଼ିଶା ଯୋଡ଼ି କମଲେଶ ରଥ ଓ ଆଦିତ୍ୟ ବିକ୍ରମ ଆଚାର୍ଯ୍ୟଙ୍କୁ ପରାସ୍ତ କରି ଦ୍ବିମୁକୁଟ ହାସଲ କରିଥିଲେ। ସେହିପରି ବାଳିକା ଏକକ ଫାଇନାଲ୍‌ରେ ସୋହିନୀ ୬-୦, ୬-୩ରେ ଆରାଧ୍ୟା ବର୍ମାଙ୍କୁ ପରାସ୍ତ କରିଥିଲା ବେଳେ ଯୁଗଳରେ ପ୍ରିୟାଂଶୀ ପାଣିଗ୍ରାହୀଙ୍କୁ ସାଥୀ କରି ଓଡ଼ିଶା-ବେଙ୍ଗଲ ଯୋଡ଼ି ଆହାନ ଓ ଆକାଂକ୍ଷା ଘୋଷଙ୍କୁ ୬-୨, ୬-୪ରେ ପରାସ୍ତ କରି ଦ୍ବିମୁକୁଟ ହାସଲ କରିଥିଲେ। ଏହି ପ୍ରତିଯୋଗିତାର ବିଜେତା ଓ ଉପବିଜେତା ଯଥାକ୍ରମେ ୨୫ ଓ ୨୦ ଆଇଟା ରୢାଙ୍କିଙ୍ଗ ପଏଣ୍ଟ ହାସଲ କରିବେ।

ସମ୍ବନ୍ଧିତ ଖବର