ଆଇଟା-ଓଟିଏ ଟେନିସ୍‌: କ୍ୱାର୍ଟର୍‌ରେ ଆର୍ଯ୍ୟନ୍‌, ଅଭିଷେକ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ଟେନିସ୍‌ କମ୍ପ୍ଲେକ୍ସଠାରେ ଚାଲିଥିବା ଆଇଟା-ଓଟିଏ (ସିଏସ୍‌-୭)ସିରିଜ୍‌ ଟେନିସ୍‌ ପ୍ରତିଯୋଗିତାର ପୁରୁଷ ଏକକ (୧୮ ବର୍ଷରୁ କମ୍‌) କ୍ୱାର୍ଟର୍‌ ଫାଇନାଲ୍‌ରେ ଓଡ଼ିଆ ପୁଅ ଡି ଆର୍ଯ୍ୟନ୍‌ ସ୍ୱାମୀ ଏବଂ ଅଭିଷେକ ମହାପାତ୍ର ପ୍ରବେଶ କରିଛନ୍ତି। ଆର୍ଯ୍ୟନ୍‌ ୬-୧, ୬-୧ ସେଟ୍‌ରେ ଅଷ୍ଟମ ମାନ୍ୟତା ଆନ୍ଧ୍ରପ୍ରଦେଶର କେ ନୀତିନ ଏସ୍‌ ଚଧୁରୀଙ୍କୁ ଏବଂ ଅଭିଷେକ ମହାପାତ୍ର ୬-୨, ୭-୫ ସେଟ୍‌ରେ ପଞ୍ଚମ ମାନ୍ୟତା ପ୍ରତ୍ୟୁଷ ମହାନ୍ତିଙ୍କୁ ପରାସ୍ତ କରିଥିଲେ। ଏହି ଦୁଇ ଜଣଙ୍କ ବାଦ୍‌ ଆଉ କୌଣସି ଓଡ଼ିଶା ଖେଳାଳି ଆଗକୁ ବଢ଼ି ପାରି ନଥିଲେ। ଏହି ବର୍ଗରୁ ସତ୍ୟଜିତ୍‌ ପଣ୍ଡା ୨-୬, ୫-୭ ସେଟ୍‌ରେ ତାମିଲନାଡ଼ୁର ମାନଭ ଶ୍ରୀକୁମାରଙ୍କଠୁ ଏବଂ ବିଘ୍ନେଶ ନନ୍ଦ ୪-୬, ୧-୬ ସେଟ୍‌ରେ ଆନ୍ଧ୍ରପ୍ରଦେଶର ରାଘବେନ୍ଦ୍ର କୁଦ୍ୱାଙ୍କଠୁ ହାରି ଯାଇଥିଲେ। ୧୮ ବର୍ଷରୁ କମ୍‌ ବାଳିକା ବର୍ଗରେ ସିମ୍ରନ୍‌ ନେହା ଏକ୍କା ୦-୬, ୩-୬ ସେଟ୍‌ରେ ପଶ୍ଚିମବଙ୍ଗର ଶାତଭିସା ଘୋଷଙ୍କଠୁ ପରାସ୍ତ ହୋଇଥିଲେ। ୧୪ ବର୍ଷରୁ କମ୍‌ ବାଳକ ବର୍ଗରେ ଛତିଶଗଡ଼ର ଆର୍‌ ସିଦ୍ଧାର୍ଥ ରାଓ ୬-୦, ୬-୧ ସେଟ୍‌ରେ ଓଡ଼ିଶାର ଯସ୍‌ଦୀପ ରାୟଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ସେହିପରି ବାଳିକାରେ ଅକ୍ଷୟ ଭି ମାତା ୦-୬, ୦-୬ ସେଟ୍‌ରେ ଆନ୍ଧ୍ରପ୍ରଦେଶର ଦୋଦି ସାତଭିକାଙ୍କଠୁ, ନିମା ଏସ୍‌ କିସ୍‌ପୋଟ୍ଟା ୩-୬, ୨-୬ ସେଟ୍‌ରେ ପଶ୍ଚିମବଙ୍ଗ ଚାର୍ଲୋଟି ଲିଉଙ୍କଠୁ, ପ୍ରିୟାଂଶୀ ପାଣିଗ୍ରାହୀ ୨-୬, ୨-୬ ସେଟ୍‌ରେ ପଶ୍ଚିମବଙ୍ଗର ଶିରୀନ୍‌ ଅହମ୍ମଦଙ୍କଠୁ, ଅର୍ଚିତା ସାହୁ ୦-୬, ୧-୬ ସେଟ୍‌ରେ ତାମିଲନାଡ଼ୁର ଆମିରେଡ୍ଡୀ ଏସ୍‌ ରେଡ୍ଡୀଙ୍କଠୁ ଏବଂ ମହିକା ଷଡ଼ଙ୍ଗୀ ୦-୬, ୧-୬ ସେଟ୍‌ରେ ଅଞ୍ଜନୀ ମହେଶଙ୍କଠୁ ହାରି ବିଦାୟ ନେଇଥିଲେ। ୧୮ ବର୍ଷରୁ କମ୍‌ ବାଳକରେ ଆରଏସ୍‌ ରାଜେଶ କାନନ, ଏସ୍‌ ସରଣ, ମୁନି ଅନନ୍ତମଣୀ, ଏମଡି ଆରିଫ୍‌ ଅଫଜଲ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ୧୮ ବର୍ଷରୁ କମ୍‌ ବାଳିକାରେ ମଧୁରିମା ମଞ୍ଜୁମଦାର, ଅଞ୍ଜଳି ମହେଶ, କୋଚାର୍ଲା ଆର ଆଞ୍ଜେଲା, ଅନନ୍ୟା ଯାଦବ, ଦୋଦି ସାତ୍ୱିକା, ଶ୍ୱେତା ସାମନ୍ତ, ଆଇରା ସୁଦ୍‌ କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ସୂଚନାଯୋଗ୍ୟ ଯେ ଏହି ସର୍ବଭାରତ ସ୍ତରୀୟ ପ୍ରତିଯୋଗିତା ସୋମବାରଠାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର