ନୂଆଦିଲ୍ଲୀ: ରବିବାର ଦୁବାଇରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ। ଏହି ମ୍ୟାଚରେ ୬ୱିକେଟରେ ଭାରତ, ବିରୋଧୀ ପାକିସ୍ତାନକୁ ପରାସ୍ତ କରିଥିଲା। ଏହା ସହ ଶତକ କରି ଫର୍ମକୁ ଫେରିଥିଲେ ଷ୍ଟାର କ୍ରିକେଟର ବିରାଟ କୋହଲି। ଭାରତର ବିଜୟ ପାଇଁ କ୍ରିକେଟରଙ୍କ ଚର୍ଚ୍ଚା ଚାରିଆଡେ ହେଉଥିବା ବେଳେ ଏବେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ କମେଣ୍ଟେଟର ଅଜୟ ଜାଦେଜା ବିବାଦରେ ଫସିଛନ୍ତି।
ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ପିଚ୍ ସ୍ଥିତି ବିଶ୍ଳେଷଣ କରିବା ସମୟରେ, ଜାଦେଜା ପିଚ୍କୁ ସ୍ତ୍ରୀମାନଙ୍କ ସହିତ ତୁଳନା କରିଥିଲେ। ସେ କହିଥିଲେ ଯେ, "ଏଠାରେ ସମସ୍ତେ ବିବାହିତ। ପିଚର ଅବସ୍ଥା ବି ଠିକ୍ ସେହିପରି। ମ୍ୟାଚ୍ ପୂର୍ବରୁ ଏହାର ସ୍ଥିତି ଭିନ୍ନ ଥାଏ। କିନ୍ତୁ ଥରେ ଖେଳିବା ଆରମ୍ଭ କଲେ, ଆପଣ ଅନୁଭବ କରିପାରିବେ ଯେ ଏହା ଭିନ୍ନ। ସମୟ ବିତିବା ସହିତ, ପିଚ୍ ମଧ୍ୟ ପରିବର୍ତ୍ତନ ହେବାକୁ ଲାଗେ। କିନ୍ତୁ ଦିନର ଶେଷରେ, ପିଚ୍ ଯେପରି ହେଉନା କାହିଁକି, ଆପଣଙ୍କୁ ଏଥିରେ ଖେଳିବାକୁ ପଡେ।"
Ajay jadeja on pitch report - 😂😂. #ChampionsTrophy#INDvsPAKpic.twitter.com/c2hTYgQHUt
— kirat.13_ (@kirat8513) February 23, 2025
ତାଙ୍କର ଏଭଳି ବିଶ୍ଳେଷଣ ପାଇଁ ଏବେ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/02/24/9f5N8SdbEsXwrAHLKGc4.png)