ନୂଆଦିଲ୍ଲୀ: ଦାଉଦ ପଛରେ ପଡିଯାଇଛନ୍ତି ଜଣେ ଓକିଲ | ବାସ୍ତବରେ ଆଜି ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ସମ୍ପତ୍ତି ନିଲାମ ହୋଇଥିବାବେଳେ ଜଣେ ଓକିଲ ବହୁମୂଲ୍ୟ ଦେଇ ଏହାକୁ କିଣିଛନ୍ତି | ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲାର ଖେଡ଼ ତହସିଲର ମୁମ୍ବକେ ଗ୍ରାମରେ ଦାଉଦ ପରିବାରର ୪ଟି ସମ୍ପତ୍ତି ଆଜି ନିଲାମ ଡକା ହୋଇଥିଲା। ସେଥିରୁ ଦୁଇଟି ସମ୍ପତ୍ତି ପାଇଁ କେହି ନିଲାମ ଡାକି ନଥିଲେ। କିନ୍ତୁ ଅନ୍ୟ ଦୁଇଟି ସମ୍ପତ୍ତି ନିଲାମରେ ବିକ୍ରି ହୋଇଯାଇଥିଲା। ଏଥିରୁ ଗୋଟିଏ ସମ୍ପତ୍ତି ପାଇଁ ୩ ଜଣ ଏବଂ ଅନ୍ୟ ଏକ ସମ୍ପତ୍ତି ପାଇଁ ୪ ଜଣ ନିଲାମରେ ଭାଗ ନେଇଥିଲେ। କିନ୍ତୁ ଏବେ ଜଣେ ବ୍ୟକ୍ତି ଉଭୟ ସମ୍ପତ୍ତିକୁ କିଣିବାକୁ ସକ୍ଷମ ହୋଇଛନ୍ତି।

Advertisment

ଗୋଟିଏ ଚାଷଜମିର ଆକାର ହେଉଛି ୧୭୦.୯୮ ବର୍ଗମିଟର। ସେହି ଜମିଟି ୨.୦୧ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହାର ସର୍ବନିମ୍ନ ମୂଲ୍ୟ କିନ୍ତୁ ୧୫,୪୪୦ ଟଙ୍କା ରଖାଯାଇଥିଲା। ୧୭୩୦ ବର୍ଗମିଟର ଅନ୍ୟ ଚାଷଜମିର ସର୍ବନିମ୍ନ ନିଲାମ ମୂଲ୍ୟ ୧,୫୬,୨୭୦ ଟଙ୍କା ରଖାଯାଇଥିବାବେଳେ ଏହା ୩.୨୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଦକ୍ଷିଣ ମୁମ୍ବାଇର ଆୟକର ଭବନରେ ଏହି ନିଲାମ ହୋଇଥିଲା। ଅଜୟ ଶ୍ରୀବାସ୍ତବ ନାମକ ଜଣେ ଆଇନଜୀବୀ ଦୁଇଟି ଯାକ ସଂପତ୍ତି କିଣିଛନ୍ତି। ପୂର୍ବରୁ ଶ୍ରୀବାସ୍ତବ ଦାଉଦର ଅନ୍ୟ ଏକ ଜମି ମଧ୍ୟ କିଣିଥିଲେ। କିଣିଥିବା ସଂପତ୍ତିରେ ସେ ସନାତନ ଧର୍ମ ବିଦ୍ୟାଳୟ ଆରମ୍ଭ କରିବେ ବୋଲି କହିଛନ୍ତି। ଦିଲ୍ଲୀର ଏହି ଓକିଲ ମୁମ୍ବାଇର ଅଣ୍ଡରୱାର୍ଲ୍ଡକୁ ଶାସନ କରୁଥିବା ଦାଉଦଙ୍କ ଭୟକୁ ସଂପୂର୍ଣ୍ଣ ରୂପେ ଦୂର କରିବାକୁ ଚାହୁଁଛନ୍ତି। ଏଥିପାଇଁ ଦିଲ୍ଲୀର ଓକିଲ ଗୋଟିଏ ପରେ ଗୋଟିଏ ଦାଉଦଙ୍କ ସମ୍ପତ୍ତି କିଣୁଛନ୍ତି। ନିକଟରେ ହୋଇଥିବା ଏକ ମାମଲାରେ, ସେହି ଓକିଲ ଦାଉଦଙ୍କର ଏକ ପୂର୍ବପୁରୁଷ ଜମି କିଣିବା ପାଇଁ ୧୩୦୦ ଗୁଣ ମୂଲ୍ୟ ଦେଇଥିଲେ |

ଏତେ ଛୋଟ ପ୍ଲଟ୍ ପାଇଁ କୋଟି ମୂଲ୍ୟର ବିଡ୍ ଦେଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି | ସେ ୨କୋଟି ଟଙ୍କାରେ ଏକ କୃଷି ପ୍ଲଟ କିଣିଛନ୍ତି ଯାହା ଏକଦା ଦାଉଦର ଥିଲା | ସେ ମାତ୍ର ୧୭୧ବର୍ଗ ମିଟରର ଏକ ପ୍ଲଟ୍ ପାଇଁ ଏତେ ଟଙ୍କା ଦେଇ କିଣିନେଇଛନ୍ତି |