ମୁମ୍ବାଇ: ନୂଆ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲ । ମୁମ୍ବାଇରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଭାରତ ବିପକ୍ଷରେ ୧୦ରୁ ୧୦ଟି ୱିକେଟ ହାସଲ କରି ନିଜ ପାଇଁ ରେକର୍ଡ ସୃଷ୍ଟି କରିଛନ୍ତି ଏଜାଜ । ଆଉ ଏଥି ସହ ଭାରତୀୟ ସ୍ପିନର ଅନୀଲ କୁମ୍ବେଲଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ସେ । ମୁମ୍ବାଇ ଟେଷ୍ଟରେ ପ୍ରଥମ ପାଳିରେ ଟିମ୍ ଇଣ୍ଡିଆର ସବୁ ଖେଳାଳିଙ୍କୁ ପ୍ୟାଭିଲିୟନ ପଠାଇ ବିରଳ ଉପଲବ୍ଧି ହାସଲ କରିଛନ୍ତି ସ୍ପିନର ଏଜାଜ୍।
Only the third bowler to claim all 10 wickets in an innings in the history of Test cricket 🔥
Take a bow, Ajaz Patel! #WTC23 | #INDvNZ | https://t.co/EdvFj8QtKDpic.twitter.com/negtQkbeKd
— ICC (@ICC) December 4, 2021
ଏହି ନିଆରା ରେକର୍ଡ କରିବାରେ ଏଜାଜ ପଟେଲ୍ ହେଉଛନ୍ତି ବିଶ୍ୱର ତୃତୀୟ କ୍ରିକେଟର । ଏହାପୂର୍ବର୍ରୁ ୧୯୫୬ ମସିହାରେ ଇଂଲଣ୍ଡର ଜିମ ଲେକର ଗୋଟିଏ ଇନିଂସରେ ୧୦ଟି ୱିକେଟ ନେଇ ଇତିହାସ ରଚିଥିଲେ । ପରେ ୧୯୯୯ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ୧୦ରୁ ୧୦ ୱିକେଟ ହାତେଇ ଥିଲେ ଭାରତୀୟ ସ୍ପିନର ଅନୀଲ କୁମ୍ବଲେ । ମାତ୍ର ୭୪ ରନ୍ ଦେଇ ଏହି ସଫଳତା ହାସଲ କରିଥିଲେ ଅନୀଲ । ଆଉ ଏଭଳି ରେକର୍ଡ କରିବାରେ ପ୍ରଥମ ଭାରତୀୟ ହୋଇଥିଲେ କୁମ୍ବଲେ । ଆଉ ଏବେ ଭାରତୀୟ ବଂଶୋଦ୍ଭବ ତଥା ନ୍ୟୁଜିଲାଣ୍ଡ ଖେଳାଳି ଏଜାଜ୍ ଏହି ତାଲିକାରେ ନିଜ ନାମ ସାମିଲ୍ କରିଛନ୍ତି।