କଟକ : ଆଇପିଏଲ୍ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପାଇଁ ଓଡ଼ିଶାରୁ ଦ୍ରୁତ ବୋଲର ରାଜେଶ ମହାନ୍ତି ନେଟ୍ ବୋଲର ଭାବେ ମନୋନୀତ ହୋଇଛନ୍ତି। ସିଏସ୍କେ ଖେଳାଳିଙ୍କ ଅଭ୍ୟାସ ବେଳେ ରାଜେଶ ସେମାନଙ୍କୁ ବୋଲି˚ କରିବେ। ବର୍ତ୍ତମାନ ଓଡ଼ିଶାର ଏହି ଯୁବ ଦ୍ରୁତ ବୋଲର ରାଜେଶ ଏମ୍ଆର୍ଏଫ୍ ପେସ୍ ଫାଉଣ୍ତେସନ୍ରେ ପ୍ରଶିକ୍ଷଣ ନେଉଛନ୍ତି। ଆଇପିଏଲ୍ ସହ ପରୋକ୍ଷ ଭାବେ ଜଡ଼ିତ ହେବା ଦ୍ବାରା ଏବେ ରାଜେଶଙ୍କୁ ତାଙ୍କର ଦକ୍ଷତା ବୃଦ୍ଧି କରାଇବାରେ ଏହା ଅନେକ ସହାୟକ ହେବ। ଏଥିସହିତ ତାରକା ଖେଳାଳିମାନଙ୍କୁ ବୋଲି˚ କରିବା ଦ୍ବାରା ତାଙ୍କର ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇବ। ତେଣୁ ଆଗାମୀ ଘରୋଇ କ୍ରିକେଟ ଋତୁରେ ଏହା ଓଡ଼ିଶାକୁ ମଧ୍ୟ ଫାଇଦା ଦେବ ବୋଲି ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି, ସମ୍ପାଦକ ସ˚ଜୟ ବେହେରା ଶୁଭେଚ୍ଛା ଜଣାଇବା ଅବସରରେ ଆଶା ପ୍ରକାଶ କରିଛନ୍ତି।
ରାଜେଶ ସିଏସ୍କେ ନେଟ୍ ବୋଲର୍
/sambad/media/post_attachments/wp-content/uploads/2021/03/rajesh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)