ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ଦଳରେ ପ୍ରମୁଖ ସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନଙ୍କ ଖେଳା ନଯିବାକୁ ନେଇ ବହୁ ସମାଲୋଚନା ଉଠିଛି। ବିଶେଷ କରି ଗତ ଇଣ୍ଡିଜ୍ ଗସ୍ତରେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ଅଶ୍ବିନ୍ଙ୍କ ବଦଳରେ ରୀବନ୍ଦ୍ର ଜାଦେଜାଙ୍କୁ ଏକମାତ୍ର ସ୍ପିନର୍ ଭାବେ ନିଆଯାଇଥିବାରୁ ଏହାକୁ ଅଧିକାଂଶ ଗ୍ରହଣ କରିପାରି ନାହାନ୍ତି। କିମ୍ବଦନ୍ତୀ କ୍ରିକେଟର୍ ସୁନିଲ ଗାଭାସ୍କର ଏହାକୁ ନେଇ ଗୁରୁବାର ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଏ ପ୍ରସଙ୍ଗରେ କିନ୍ତୁ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ କାରଣ ଦର୍ଶାଇଛନ୍ତି। ଦଳ ପାଇଁ କେଉଁଟା ଭଲ ତାହା ଦଳୀୟ ପରିଚାଳନା ମଣ୍ଡଳି ନିର୍ଧାରଣ କରିଥାନ୍ତି। ଅଶ୍ବିନ୍ ଏବଂ ରୋହିତ ଶର୍ମାଙ୍କ ଭଳି ଖେଳାଳି ବାହାରେ ବସିବା ନିଶ୍ଚିତ କଷ୍ଟକର। ଆଣ୍ଟିଗୁଆ ୱିକେଟ୍ରେ ଆମେ ଏଭଳି ଜଣେ ଷଷ୍ଠ ବ୍ୟାଟସମ୍ୟାନ୍ ଖୋଜୁଥିଲୁ ଯିଏ ବୋଲିଂ କରିପାରିବେ, ଜାଦେଜା ହିଁ ବିକଳ୍ପ ଥିଲେ। ଏହା ହିଁ ଅଧିନାୟକ ଏବଂ ପ୍ରଶିକ୍ଷକଙ୍କ ସମନ୍ବୟର ଫଳ ବୋଲି ରାହାଣେ ପ୍ରକାଶ କରିଥିଲେ। ବିଶେଷ କରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଶ୍ବିନଙ୍କ ପ୍ରଦର୍ଶନ ପ୍ରଭାବୀ ରହିଥିବାରୁ ପୂର୍ବଦିନ ଗାଭାସ୍କର ବିସ୍ମିତ ହୋଇଥିଲେ। ଇଣ୍ଡିଜ୍ ବିପକ୍ଷରେ ୧୧ ଟେଷ୍ଟ୍ ଖେଳି ଅଶ୍ବିନ୍ ୪ ଶତକ ସହିତ ୫୫୨ ରନ୍ ଏବଂ ୪ ଥର ୫ ୱିକେଟ୍ ସଫଳତା ସହିତ ୬୦ ୱିକେଟ୍ ନେଇଛନ୍ତି। ୨୦୧୬ରେ ସେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଅଶ୍ବିନ୍ଙ୍କ ବାଦ୍ର କାରଣ କହିଲେ ରାହାଣେ
/sambad/media/post_attachments/wp-content/uploads/2019/08/Ajinkya-Rahane-Ravichandran-Ashwin-Rohit-Sharma.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)