ଅଜିତ ୱାଦେକର ସ୍ମାରକୀ ପୂର୍ବାଞ୍ଚଳ ଦିବ୍ୟାଙ୍ଗ କ୍ରିକେଟ୍‌ ୮ରୁ

ଭୁବ‌େନେଶ୍ବର: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ଅଜିତ ୱାଦେକରଙ୍କ ନାମରେ ନାମିତ ନାଲକୋ ପୂର୍ବାଞ୍ଚଳ ଦିବ୍ୟାଙ୍ଗ କ୍ରିକେଟ୍‌ ପ୍ରତିଯୋଗିତା ଚଳିତ ଫେବ୍ରୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ବିଜେବି ନଗରସ୍ଥିତ ପାରାମାଉଣ୍ଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଦଳ ଭାଗନେବେ। ଅଂଶଗ୍ରହଣକାରୀ ଦଳରେ ଏକାଧିକ ଜାତୀୟ ସ୍ତରର ଖେଳାଳି ଅଛନ୍ତି ବୋଲି ଆୟୋଜକ ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍‌ ସଂଘର କର୍ମକର୍ତାମାନେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର