ଇପୋ: ଚଳିତ ଆଜଲାନ ସାହ କପ୍ ହକି ପ୍ରତିଯୋଗିତାରେ ଭାରତ ମଙ୍ଗଳବାର ବିଶ୍ୱ ବିଜେତା ଅଷ୍ଟ୍ରେଲିଆକୁ ଭେଟିବ। ଗୋଟିଏ ଲେଖାଏଁ ପରାଜୟ ଏବଂ ଅମୀମାଂସିତରୁ ଅଭିଯାନ ଆରମ୍ଭ କରିଥିବା ଭାରତ ୧ ପଏଣ୍ଟ୍ ସହ ସଂପ୍ରତି ଏହି ଷଡ଼ରାଷ୍ଟ୍ରୀୟ ପ୍ରତିଯୋଗିତାର ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଖେଳିଥିବା ଦୁଇଟି ଯାକ ମ୍ୟାଚ୍ ଜିତି ଶୀର୍ଷ ସ୍ଥାନରେ ରହିଛି। ଭାରତକୁ ପ୍ରତିଯୋଗିତାରେ ତିଷ୍ଠି ରହିବାକୁ ହେଲେ ମଙ୍ଗଳବାର ମ୍ୟାଚ୍ ଜିତିବା ଜରୁରୀ ହୋଇ ପଡ଼ିଛି। କିନ୍ତୁ ଅଷ୍ଟ୍ରେଲିଆ ଦଳ ଯେପରି ଫର୍ମରେ ରହିଛି ଏହାକୁ ମୁକାବିଲା କରିବାକୁ ସର୍ଦାର ସିଂହ ନେତୃତ୍ୱରେ ଖେଳୁଥିବା ଅଭିଜ୍ଞ ଭାରତକୁ ବହୁ କଷ୍ଟ କରିବାକୁ ପଡ଼ିବ। ଭାରତ ପ୍ରଥମ ମ୍ୟାଚ୍ରେ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାଠୁ ୨-୩ରେ ହାରିଥିଲା ବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଅମୀମାଂସିତ ରଖି ପଏଣ୍ଟ୍ ବାଣ୍ଟିଥିଲା। ଅଷ୍ଟ୍ରେଲିଆ ୪-୧ରେ ଇଂଲଣ୍ଡକୁ ଏବଂ ମାଲସିଆକୁ ୩-୧ରେ ପରାସ୍ତ କରି ମନୋବଳ ଦୃଢ ରଖିଛି। ଜୋଏର୍ଡ ମାରିନ୍ଙ୍କ ଭାରତୀୟ ଦଳ ପୂର୍ବ ଭୁଲ ସୁଧାରି ମ୍ୟାଚ୍ ଜିତି ପ୍ରତିଯୋଗିତାରେ ତିଷ୍ଠି ରହିବାକୁ ଚେଷ୍ଠା କରିବ। ଭାରତ ପରବର୍ତୀ ଦୁଇ ମ୍ୟାଚ୍ ବୁଧବାର ଓ ଶୁକ୍ରବାର ଯଥାକ୍ରମେ ମାଲେସିଆ ଏବଂ ଆୟର୍ଲାଣ୍ଡ୍ ବିପକ୍ଷରେ ଖେଳିବ।
ଆଜଲାନ ସାହ କପ୍: ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ
/sambad/media/post_attachments/wp-content/uploads/2018/03/hockey-essay.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)