ଭୁବନେଶ୍ୱର: ମାଲେସିଆର ଇପୋଠାରେ ମାର୍ଚ ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ସମ୍ମାନଜନକ ସୁଲତାନ ଆଜଲାନ୍ ସାହା ହକିରେ ଓଡ଼ିଶାର ହକି ଅମ୍ପାୟାର ବିଶ୍ୱ ରଞ୍ଜନ ଷଡ଼ଙ୍ଗୀ ବୈଷୟିକ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସେ ଏଥିଲାଗି ମାର୍ଚ ପହିଲାରୁ ୧୧ ତାରିଖ ପର୍ଯ୍ୟନ୍ତ ଇପୋରେ ରହିବେ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବିଶ୍ୱ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତାର ସହ ଅମ୍ପାୟାର ଏବଂ ବୈଷୟିକ ଅଧିକାରୀ ଦାୟିତ୍ୱ ତୁଲାଇ ସାରିଛନ୍ତି। ଏହି ସଫଳତା ଲାଗି ତାଙ୍କୁ ହକି ଓଡ଼ିଶା ସଂପାଦକ ପ୍ରତାପ ଶତପଥୀ ଏବଂ କଟକ ଜିଲ୍ଲା ହକି ସଂଘ ସଂପାଦକ ପ୍ରଣବ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ଭାରତ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ଭେଟିବ। ଭାରତୀୟ ଦଳରେ ୪ ଜଣ ଓଡ଼ିଆ ଖେଳାଳି ଅଛନ୍ତି।
ଆଜଲାନ୍ ସାହା ହକିରେ ବିଶ୍ୱ ବୈଷୟିକ ଅଧିକାରୀ
/sambad/media/post_attachments/wp-content/uploads/2018/03/15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)