ବାସୁଦେବପୁର: ବାସୁଦେବପୁର ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିିଆରେ ଚାଲିଥିବା ରାଜ୍ୟସ୍ତରୀୟ ଜଗବନ୍ଧୁ ସ୍ମାରକୀ ଫୁଟ୍ବଲ୍ ପ୍ରତିଯୋଗିତାର ଶନିବାର ଦ୍ୱିତୀୟ ସେମିଫାଇନାଲ ସଂଘର୍ଷ କ୍ଲବ ଭୁବନେଶ୍ୱର ଓ ଆକା କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଧର ସପ୍ତମ ମିନିଟ ସମୟରେ ଆକା କ୍ଲବର ୯ ନମ୍ବର ଜର୍ସି ପିନ୍ଧିଥିବା ନାଇଜେରୀୟ ଖେଳାଳି କାଶୀ ଏକ ସୁନ୍ଦର ଗୋଲ ଜରିଆରେ ଦଳକୁ ଅଗ୍ରଣୀ କରିଥିଲେ। ଖେଳର ଶେଷ ସମୟ ପର୍ଯ୍ୟନ୍ତ ସଂଘର୍ଷ କ୍ଲବ୍ର ଖେଳାଳିମାନେ ଆକ୍ରମଣ ଜାରି ରଖିଥିଲେ ବି ଆକା କ୍ଲବ୍ର ରକ୍ଷଣ ଭାଗକୁ ଭେଦ କରିପାରିନଥିଲେ। ଫଳରେ କାଶୀଙ୍କ ଏକମାତ୍ର ତଥା ବିଜୟ ସୂଚକ ଗୋଲ ବଳରେ ଆକା କ୍ଲବ୍ ଫାଇନାଲ୍ରେ ସ୍ଥାନ ପକ୍କା କରିନେଇଥିଲା। ଆସନ୍ତାକାଲି ଫାଇନାଲ୍ରେ ଆକା କ୍ଲବ୍ର ମୁକାବିଲା ପଶ୍ଚିମ ବଙ୍ଗର ରତନ ସଂଘ ବାଗନାନ୍ ସହ ହେବ। ଶନିବାର ଖେଳରେ ଅତିଥି ଭାବେ ବିଜେପି ଜିଲ୍ଲା ଉପସଭାପତି ଅଶୋକ କୁୁମାର ସାହୁ, ଭାରତୀୟ ଷ୍ଟେଟ୍ବ୍ୟାଙ୍କ ଶାଖାର ମୁଖ୍ୟ ପରିଚାଳକ ଶଶିଶେଖର ପଟ୍ଟନାୟକ ଓ ୟୁକୋ ବ୍ୟାଙ୍କ ପରିଚାଳକ ଗଜେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ। ଖେଳକୁ ସୁଜିତ୍ କୁମାର ପାତ୍ର, ଆଶୀର୍ବାଦ କାନୁନ୍ଗୋ, ଅରୁଣ ପ୍ରଧାନ, ମାନସ ବିଶ୍ୱାଳ ପରିଚାଳନା କରିଥିବା ବେଳେ ବଂଶୀଧର ବେହେରା, ଲଷ୍ମଣ କୁମାର ବାରିକ ଅଫିସିଆଲ ଭାବେ ଦାୟିତ୍ୱ ତୁଲାଇଥିଲେ।
ଜଗବନ୍ଧୁ ସ୍ମାରକୀ ଫୁଟ୍ବଲ ଫାଇନାଲ୍ରେ ଆକା
/sambad/media/post_attachments/wp-content/uploads/2018/01/basudevpur_footbal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)