ଜଗବନ୍ଧୁ ସ୍ମାରକୀ ଫୁଟ୍‌ବଲ: ଆକା ବିଜେତା

ବାସୁଦେବପୁର: ଅଟଳ ବିହାରୀ ହାଇସ୍କୁଲ ଖେଳପଡ଼ିିଆରେ ବାସୁଦେବପୁର ଟାଉନ କ୍ଲବ୍‌ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଜଗବନ୍ଧୁ ସ୍ମାରକୀ ଫୁଟ୍‌ବଲ ପ୍ରତିଯୋଗିତାରେ କଟକର ଆକା ବିଜେତା ହୋଇଛି। ଫାଇନାଲରେ ଆକା ୨-୦ ଗୋଲ୍‌ରେ ବାଗନାନ୍‌ର ରତନ ସଂଘକୁ ପରାସ୍ତ କରି ଜଗବନ୍ଧୁ ସ୍ମାରକୀ ଟ୍ରଫି ହାସଲ କରିଛି। ମ୍ୟାଚ୍‌ର ୧୭ ମିନିଟ୍‌ରେ ଫିଣ୍ଟୁ ଏବଂ ୪୫ ମିନିଟରେ କାଶୀ ଗୋଟିଏ ଲେଖାଏଁ ଗୋଲ୍‌ କରି ଆକା ଦଳକୁ ବିଜେତା କରାଇଥିଲେ। ସୁଜିତ୍‌ କୁମାର ପାତ୍ର, ଆଶୀର୍ବାଦ କାନୁନ୍‌ଗୋ, ଅରୁଣ ପ୍ରଧାନ ମ୍ୟାଚ୍‌ ପରିଚାଳନା କରିଥିବା ବେଳେ ବଂଶୀଧର ବେହେରା, ଲକ୍ଷ୍ମଣ କୁମାର ବାରିକ ଅଫିସିଆଲ ଭାବେ ଦାୟିତ୍ୱ ତୁଲାଇଥିଲେ।
କ୍ଲବ୍‌ର ଉପଦେଷ୍ଟା ଶିକ୍ଷାବିତ୍‌ ଦୁଃଶାସନ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଇଂ. ନିଳାଦ୍ରୀ ନାୟକ ଯୋଗଦେଇ ଟ୍ରଫି ସହ ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ। ବିଜେତା ଦଳର ସୁଧାଂଶୁ ଦାସ ଶ୍ରେଷ୍ଠ ଗୋଲ୍‌ରକ୍ଷକ ଓ ଷ୍ଟିଫେନ ବେଷ୍ଟ ଶ୍ରେଷ୍ଠ ସ୍କୋରର ପୁରସ୍କାର ପାଇଥିଲେ। ଯୁବ ସାମାଜିକ କର୍ମୀ ବିଭୁତି ଭୂଷଣ ପଣ୍ଡା ଏହି ପୁରସ୍କାର ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ କ୍ଲବ୍‌ର ସଭାପତି ଗଗନ ବିହାରୀ ମହାନ୍ତି, ସମ୍ପାଦକ ଖଗେଶ୍ୱର ଜେନା ଉପସ୍ଥିତ ଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା। କ୍ଲବ୍‌ର ସଦସ୍ୟ ମହେଶ ଚନ୍ଦ୍ର ଦାସ, ସୁବାସ ଚନ୍ଦ୍ର ମହାନ୍ତି, ରମାକାନ୍ତ ବାରିକ, ଉଦୟ ଜେନା, ତୁଳସୀ କଲ୍ୟାଣ, ଗୌତମ ଦେ, ଜିତେନ୍ଦ୍ର ଦାସ, ରମାକାନ୍ତ ପୁହାଣ, ମନୋଜ ବେହେରା, ସଞ୍ଜୟ ବାରିକ, ଏନ୍‌ ମହାପ୍ରସାଦ, ସଞ୍ଜୟ ନାୟକ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର