ମେକ୍ସିକୋ: ଏଠାରେ ଆୟୋଜିତ ଆକାପୁଲକୋ ଅନ୍ତର୍ଜାତୀୟ ଟେନିସ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ତାରକା ନିକ କିର୍ଗିସ ଟ୍ରଫି କରାୟତ କରିଛନ୍ତି। ଶନିବାର ଫାଇନାଲ୍ରେ କିର୍ଗିସ ସିଧାସଳଖ ୬-୩, ୬-୪ ସେଟ୍ରେ ଜର୍ମାନର ଆଲେକଜାଣ୍ଡର ଭେରେଭଙ୍କୁ ପରାସ୍ତ କରିଥିଲେ। ଏହା କିର୍ଗିସଙ୍କ ଜୀବନର ପଞ୍ଚମ ଏଟିପି ମୁକୁଟ। ଫାଇନାଲ୍ ପହଞ୍ଚିବା ପୂର୍ବରୁ କିର୍ଗିସ ଷ୍ଟାନିସଲାସ ୱାରିଙ୍କା ଏବଂ ରାଫେଲ୍ ନାଦଲ୍ଙ୍କୁ ହରାଇ ଟ୍ରଫି ଦୌଡ଼ରେ ସାମିଲ ହୋଇଥିଲେ।
କିର୍ଗିସ ଜିତିଲେ ଆକାପୁଲକୋ ମୁକୁଟ
/sambad/media/post_attachments/wp-content/uploads/2019/03/Untitled-5-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)