ଆକାଶଙ୍କୁ ୬ ପକେଟ୍ସ କପ୍‌ ସୁକର୍‌ ଟ୍ରଫି

ଭୁବନେଶ୍ୱର: ପଟିଆସ୍ଥିତ ୬ ପକେଟ୍ସ କ୍ଲବ୍‌ ପକ୍ଷରୁ ଚାଲିଥିବା ନିଖିଳ ଓଡ଼ିଶା ୬ ରେଡ୍‌ ସ୍ନକର ପ୍ରତିଯୋଗିତାରେ ଆକାଶ ମହାପାତ୍ର ବିଜେତା ହୋଇଛନ୍ତି। ଫାଇନାଲ୍‌ରେ ଆୟୋଜକ ଜିତେନ ଷଡ଼ଙ୍ଗୀଙ୍କୁ ୭-୧ ଫ୍ରେମ୍‌ରେ ହରାଇ ଆକାଶ ୧୦,୦୦୦ ଟଙ୍କା ସହ ଟ୍ରଫି ହାତେଇଛନ୍ତି। ଜିତେନଙ୍କୁ ୫ ହଜାର ଓ ଟ୍ରଫିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ପୂର୍ବରୁ ସେମିଫାଇନାଲ୍‌ରେ ଆକାଶ ୬-୨ରେ ଅଭିଜ୍ଞ ତଥା ଏକାଧିକ ଥର ରାଜ୍ୟ ବିଜେତା ସୁବ୍ରତ ଦାସଙ୍କୁ ପରାସ୍ତ କରିଥିବାବେଳ ଜିତେନ ସମାନ ୬-୨ ବ୍ୟବଧାନରେ ଆକ୍ରମ ଖାନଙ୍କୁ ହରାଇଥିଲେ। ଈଶ୍ୱର ସଫ୍ଟେଓ୍ଵର୍‌ ପରିଚାଳନା ନିର୍ଦେଶକ ଅବନିଶ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନା କରିଥିଲେ। ସେମିଫାଇନାଲିଷ୍ଟଙ୍କୁ ୨.୫ ହଜାର ଏବଂ କ୍ୱାର୍ଟର ଫାଇନାଲିଷ୍ଟଙ୍କୁ ୧ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର