ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ସାମିଲ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆହତ କାରଣରୁ ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟତମ ଅଗ୍ରଣୀ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍ ୨୦୨୨ରୁ ବାଦ ପଡିଛନ୍ତି । ଏଭଳି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାରଙ୍କ ବଦଳରେ ଜଣେ ନୂତନ ଖେଳାଳିଙ୍କୁ ନିଜ ଟିମରେ ସାମିଲ କରିଛି | ଏହି ଖେଳାଳିଙ୍କ ନାମ ହେଉଛି ଆକାଶ ମାଧୱାଲ | ୩୦ଟି ଘରୋଇ ମ୍ୟାଚ୍ ଖେଳିଥିବା ଆକାଶ ମାଧୱାଲ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବେ | ତେବେ ଆଇପିଏଲ୍ ୨୦୨୨ ରେ ମୁମ୍ବାଇ ଇଣ୍ଡିଆନ୍ସର କେବଳ ଦୁଇଟି ମ୍ୟାଚ୍ ବାକି ଥିବାବେଳେ ଆକାଶ ମାଧୱାଲ ସୂର୍ଯ୍ୟକୁମାର ଯାଦବଙ୍କ ପରି ବ୍ୟାଟ୍ସମ୍ୟାନ୍ ନୁହଁନ୍ତି।

ସେ ଜଣେ ବୋଲର ହୋଇଥିବାବେଳେ ୨୦୨୨ ସିଜିନରେ ଦଳରେ ଯୋଗଦେବାକୁ ସ୍ଵାକ୍ଷର କରିଛନ୍ତି। ଆକାଶ ମାଧୱାଲ ଜଣେ ଡାହାଣହାତୀ ଦ୍ରୁତ ବୋଲର ହୋଇଥିବାବେଳେ ୨୦୧୯ରେ ଘରୋଇ ଡେବ୍ୟୁ କରିବା ପରଠାରୁ ଉତ୍ତରାଖଣ୍ଡର କ୍ରିକେଟ୍ ଆସୋସିଏସନରୁ ଖେଳୁଛନ୍ତି |

ସୂଚନା ଥାଉ କି ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଦଳକୁ ଆଉ ଦୁଇଟି ମ୍ୟାଚ୍ ଖେଳିବାକୁ ପଡିବ, କିନ୍ତୁ ଦଳ ବହୁ ପୂର୍ବରୁ ଆଇପିଏଲ୍ ୨୦୨୨ ପ୍ଲେ ଅଫ୍ ଦ ଦୌଡ଼ରୁ ବାଦ ପଡିଥିଲା। ପାଞ୍ଚ ଥର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜନରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୨ଟି ମ୍ୟାଚରେ ନଅ ମ୍ୟାଚ୍ ହାରିଛି ଏବଂ କେବଳ ତିନୋଟି ମ୍ୟାଚ୍ ଜିତିଛି | ପଏଣ୍ଟ ଟେବୁଲରେ ମୁମ୍ବାଇ ଇଣ୍ଡିଆନ୍ସ ଶେଷ ସ୍ଥାନରେ ଅଛି |

ସମ୍ବନ୍ଧିତ ଖବର