ରାଜ୍ୟ ସ୍ନୁକର ସେମିରେ ଆକାଶ, ରାକେଶ

କଟକ: କଟକ କ୍ଲବ୍‌ରେ ଚାଲିଥିବା ରାଜ୍ୟ ସ୍ନୁକର ପ୍ରତିଯୋଗିତାରେ ସୁବ୍ରତ ଦାସ ଓ ସିଦ୍ଧାର୍ଥ ସେନ୍‌ଙ୍କ ମଧ୍ୟରେ ପ୍ରଥମ ସେମି ଫାଇନାଲ୍‌ ଏବ˚ ଆକାଶ ମହାପାତ୍ର ଓ ଡକ୍ଟର ରାକେଶ ରୋଶନ ପ୍ରଧାନଙ୍କ ମଧ୍ୟରେ ଦ୍ବିତୀୟ ସେମି ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଗୁରୁବାର ସେମିଫାଇନାଲ ଓ ଶୁକ୍ରବାର ଫାଇନାଲ୍‌ ଅନୁଷ୍ଠିତ ହେବ। କ୍ବାର୍ଟର ପର୍ଯ୍ୟାୟର ଦ୍ବିତୀୟ ଦିନରେ ଆକାଶ ଓ ରାକେଶସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଦିନର ପ୍ରଥମ କ୍ବାର୍ଟର ଫାଇନାଲ୍‌ରେ ଆକାଶ ୪-୦ (୬୬-୪୧, ୪୮-୭, ୮୩-୧୩, ୫୧-୨୭) ସିଧାସଳଖ ସେଟ୍‌ରେ ଜିତେନ୍‌ ଷଡ଼ଙ୍ଗୀଙ୍କୁ ଓ ଦ୍ବିତୀୟ କ୍ବାର୍ଟରରେ ରାକେଶ ୪-୨ (୬୩-୨୯, ୪୯-୫୩, ୩୯-୫୨, ୫୬-୫୨, ୪୦-୨୬, ୬୭-୪୦)ରେ ରୁମିତ୍‌ ଗୁପ୍ତାଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର