ଅକ୍ଷୟ ସ୍ମାରକୀ ଫୁଟ୍‌ବଲ୍‌ ସେମିରେ ଭୁବନେଶ୍ବର

ତିଗିରିଆ: କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ଅନ୍ତର୍ଗତ ପାଞ୍ଚଗାଁ ବୋରେଇ ପଡିଆରେ ଆସୋସିଏସନ୍‌ ଦିବ୍ୟଜ୍ୟୋତି ଦ୍ବାରା ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ଅକ୍ଷୟ ସ୍ମା‌ରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତାର ତୃତୀୟ କ୍ବାର୍ଟର ଫାଇନାଲ୍‌ରେ ବୁଧବାର ଜଗତସିଂହପୁରର ସୁପର ଫୁଟ୍‌ବଲ୍‌ କ୍ଲବ୍‌କୁ ୩-୦ ଗୋଲ୍‌ରେ ହରାଇ ଭୁବନେଶ୍ବରର ଏମ୍‌ଏସ୍‌ ଇଲେଭ୍‌ଲି କ୍ଲବ୍‌ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଭୁବନେଶ୍ବର ଦଳ ପକ୍ଷରୁ ସୁରିଆ ମୁର୍ମୁ, ରାଜା ବିନ୍ଧାଣୀ ଓ ନିମାଇଁ ହେମରମ ଗୋଲ୍‌ ସ୍କୋର୍ କରି ଦଳକୁ ବିଜୟୀ କରାଇଥିଲେ। ସଞ୍ଜୀବ ଦାସ ମ୍ୟାଚ୍ ପରିଚାଳନା କରିଥିବା ବେଳେ ଅରୁଣ ନାୟକ, ପ୍ରଭାକର ବେହେରା ଓ ପ୍ରତାପ ଦାଶ ସହଯୋଗ କରିଥିଲେ। ଗୁରୁବାର ୟୁନାଇଟେଡ୍‌ କ୍ଲବ୍‌ ଗଣ୍ତରପୁର ଓ ସ୍ବସ୍ତିକ ଫୁଟ୍‌ବଲ୍‌ କ୍ଲବ୍‌, ପାରାଦୀପ ମଧ୍ୟରେ ଅନୁଷ୍ଠିତ ହେବ। ପାଞ୍ଚଗାଁ ସରପଞ୍ଚ ନିରୂପମା ଦାଶ ଓ ସମିତିସଭ୍ୟା ଅନୁପମା ସ୍ବାଇଁ ଅତିଥି ଭ‌‌ାବେ ଯୋଗ ଦେଇଥି‌ଲେ।

ସମ୍ବନ୍ଧିତ ଖବର