‌ଭାରତକୁ ଅଖତରଙ୍କ ନିବେଦନ, ସେମି ଯିବା ପାଇଁ ଆମକୁ ସାହାଯ୍ୟ କର

ଲଣ୍ଡନ୍‌: ଚଳିତ ବିଶ୍ବକପ୍‌ରେ ପାକିସ୍ତାନ୍‌ର ସେମିଫାଇନାଲ୍‌ ଅଶ‌ା ମଉଳିବାକୁ ଲାଗିଛି। ଦଳ ପରବର୍ତୀ ଦୁଇ ମ୍ୟାଚ୍‌ ଆଫ୍‌ଗାନିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଜିତି‌ଲେ ହିଁ ସେମିଫାଇନାଲ୍‌ ସ୍ଥାନ ପକ୍କା ହେବାର ସମ୍ଭାବନା ରହିଛି। ତଥାପି ପାକିସ୍ତାନକୁ ଅନ୍ୟ ଦଳର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ସେମିଫାଇନାଲ୍‌ରେ ପହଞ୍ଚିବା ଲାଗି ଭାରତ ହିଁ ପାକିସ୍ତାନକୁ ସାହାଯ୍ୟ କରିପାରିବ ବୋଲି କହିଛନ୍ତି ଅଖତର। ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତାର ୟୁଟ୍ୟୁବ ଚ୍ୟାନେଲ୍‌ରେ ଏକ ଭିଡିଓ ଛାଡ଼ିଛନ୍ତି। ଭାରତର କିଭଳି ସାହାଯ୍ୟରେ ପାକିସ୍ତାନ ସେମିଫାଇନାଲ୍‌ରେ ପ୍ରବେଶ କରିବ ତାହା ଉପରେ ସେ ଏହି ଭିଡିଓରେ କହିଛନ୍ତି। ‌ସେମିଫାଇନାଲ୍‌ ପାଇଁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌କୁ ଭାରତ ଜିତିଲେ ଆୟୋଜକ ଦଳ ବିଦାହେବ। ଅନ୍ୟପକ୍ଷରେ ପାକିସ୍ତାନ ତା’ର ପରବର୍ତୀ ଦୁଇଟି ଯାକ ମ୍ୟାଚ୍‌ (ଆଫ୍‌ଗାନିସ୍ତାନ ଓ ବାଂଲାଦେଶ) ଜିତି ୧୧ ପଏଣ୍ଟ୍‌ ସହ ସେମିଫାଇନାଲ୍‌ ସ୍ଥାନ ପକ୍କା କରିବ। ଏଥିଲାଗି ଭାରତର ସାହାଯ୍ୟ ନିଶ୍ଚିତ ପାକିସ୍ତାନକୁ ଦରକାର। ସେ ଭାରତକୁ ନିବେଦନ କରି କହିଛନ୍ତି, ଆମକୁ ସାହାଯ୍ୟ କର ଆମେ ସେମିଫାଇନାଲ୍‌ ଖେଳିବୁ। ମୁଁ ଅନୁଭବ କରୁଛି ପାକିସ୍ତାନ ଲୟକୁ ଫେରିଛି। କେବଳ ଭାରତ ଉପରେ ଭରସା। ତୁମେ ଇଂଲଣ୍ଡକୁ ହରାଅ, ଆମେ ଦୁଇ ମ୍ୟାଚ୍‌ ଜିତବୁ। ତେବେ ସେମିଫାଇନାଲ୍‌ରେ ତୁମକୁ ଭେଟିବୁ, ସେଠାରେ ତୁମକୁ ହରାଇବୁ ବୋଲି ସେ ଏହି ଭିଡିଓରେ କହିଛନ୍ତି। ଅନ୍ୟପକ୍ଷରେ ଭାରତକୁ ଇଂଲଣ୍ଡ ହରାଇବା ସହ ନ୍ୟୁଜିଲାଣ୍ଡଠୁ ହାରିଲେ ଆମ‌େ ସେମିଫାଇନାଲ୍‌ରେ ପହଞ୍ଚିବୁ ବୋଲି ଏହି ରାଓଲପିଣ୍ଡି ଏକ୍ସପ୍ରେସ୍‌ କହିଛନ୍ତି।

ସମ୍ବନ୍ଧିତ ଖବର