ଅବସର ନେଲେ ପାକିସ୍ତାନ ୱିକେଟ୍‌ରକ୍ଷକ ଅକ୍‌ମଲ

ଲା‌ହୋର: ପାକିସ୍ତାନ ୱିକେଟ୍‌ରକ୍ଷକ-ବ୍ୟାଟର୍‌ କମରନ ଅକ୍‌ମଲ ମଙ୍ଗଳବାର କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଇଛନ୍ତି। ଜାତୀୟ ଚୟନ ସମିତିରେ ସେ ନିଯୁକ୍ତି ପାଇବା ପରେ ଏହି ଘୋଷଣା କରିଥିଲେ। ପ୍ରଶିକ୍ଷଣ‌ ପେସାରେ ମ‌ନୋନିବେଶ କରିବା ଲକ୍ଷ୍ୟରେ ଅବସର ନେଇଥିବା ସେ କହିଛନ୍ତି। ‘‘ଯଦି ପ୍ରଶିକ୍ଷକ କିମ୍ବା ଜାତୀୟ ଚୟନକର୍ତ୍ତା ହେଲେ ଖେଳ ଉପରେ ଧ୍ୟାନ ଦେଇ ହେବନି।

ତେଣୁ ମୁଁ ଅବସର ନେଲି’’‌ ବୋଲି ସେ କହିଛନ୍ତି। ଅକ୍‌ମଲ୍‌ ପାକିସ୍ତାନ ପାଇଁ ୨୦୧୭ ପର୍ଯ୍ୟନ୍ତ ୨୬୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ପାକିସ୍ତାନ ସୁପର ଲିଗ୍‌ ଫ୍ରାଞ୍ଚାଇଜ୍‌ ପେଶ୍ବାୱାର ଜାଲ୍‌ମିରୁ ବାଦ୍‌ ପଡ଼ିବା ପରେ ସେ ଏହି ଦଳର ପ୍ରଶିକ୍ଷକ ଭାବେ କାମ କରିଥିଲେ।

ସମ୍ବନ୍ଧିତ ଖବର