ରିଚାର୍ଡସଙ୍କୁ ବାଉଁସର୍‌ ଭିଡିଓ ପଠାଇଲେ ଆକ୍ରମ

ନୂଆଦିଲ୍ଲୀ: କିଛି ଦିନ ତଳେ ପୂର୍ବତନ ୱେଷ୍ଟଇଣ୍ଡିଜ୍ ମହାନ ଭିଭିଆନ୍ ରିଚାର୍ଡସ କହିଥ‌ିଲେ, ‘ମୁଁ ମୋ ଖେଳ ଜୀବନରେ ସମ୍ମୁଖୀନ ହୋଇଥିବା ସବୁଠୁ ଦ୍ରୁତତମ ବଲ୍‌ ପାକିସ୍ତାନର ୱାସିମ୍ ଆକ୍ରମ ପକାଇଥିଲେ’। ଏହା ପରେ ୱାସିମ୍ ଆକ୍ରମ ନିଜ ବାଉଁସର ବଲ୍‌ ବୋଲିଂର ପୁରୁଣା ଭିଡିଓକୁ ରିଚାର୍ଡସଙ୍କ ନିକଟକୁ ଛାଡ଼ି ଲେଖିଥିଲେ, ‘ଏହା କ’ଣ ସେହି ବଲ୍‌ ଯାହା ବିଷୟରେ ଆପଣ ଆଲୋଚନା କରିଛନ୍ତି?’ ସୂଚନାଯୋଗ୍ୟ, ଅଶୀ ଦଶକରେ ଆକ୍ରମଙ୍କ ଆଗମନ ପରେ ତାଙ୍କ ଜୀବନ୍ତ ଗତି, ବାଉଁସ ଓ ୟର୍କର ବିଶ୍ବର ସମସ୍ତ ବ୍ୟାଟରଙ୍କୁ ଖେଳିବା କଷ୍ଟକର ହୋଇଥିଲା। ରିଚାର୍ଡସ ଏକଥା ମଧ୍ୟ ସ୍ବୀକାର କରି ଲେଖିଥିଲେ ‘ମୁଁ ଆକ୍ରମଙ୍କୁ ମୁକାବିଲା କରିବା ବେଳେ ଅପଷ୍ଟେୟାରରେ କେହି ମୋତେ ଚାହିଁ ରହୁଥିଲେ, ମୋ ମୁଣ୍ଡରେ ସେତେବେଳକୁ ଆଉ କିଛି ମାତ୍ର ଚୁଟି ଥିଲା। ବଲ୍‌ ଏତେ ଗତିରେ ଆସିଥିଲା ଯେ ୱିକେଟରକ୍ଷକ ଗ୍ଳୋଭ୍‌ସ‌କୁ ହିଟ୍‌ କରିଥିଲେ। ମୁଁ ୱାଓ..ୱାଓ କହିଥିଲି। ୱାସିମ୍ ଯୁବକ ଥିଲେ, ମୋର ବିଦାୟ ସମୟ ଆସିସାରିଥିଲା। ଏଥି ପାଇଁ ମୁଁ ଖୁସି ଥିଲି’।

ସମ୍ବନ୍ଧିତ ଖବର