ନୂଆଦିଲ୍ଲୀ : ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଶେଷ ଦୁଇଟି ମ୍ୟାଚ ଲାଗି ଅକ୍ଷର ପଟେଲ ଟିମ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି। ଡିସେମ୍ବର ୧୪ ତାରିଖରେ ଧର୍ମଶାଳାରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ପଟେଲ ପ୍ଲେଇଂ ଇଲେଭେନର ଅଂଶ ନଥିଲେ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ନିଶ୍ଚିତ କରିଛି ଯେ ଅସୁସ୍ଥତା ଯୋଗୁଁ ପଟେଲ ସିରିଜର ବାକି ମ୍ୟାଚରୁ ବାଦ ପଡ଼ିଛନ୍ତି।

Advertisment

ଆହୁରି ପଢନ୍ତୁ : Accident: ଦୁଇ ବାଇକ୍ ଧକ୍କା: ୨ ମୃତ, ଜଣେ ଗୁରୁତର

ଚତୁର୍ଥ ଏବଂ ପଞ୍ଚମ ଟି-୨୦ ପାଇଁ ଅକ୍ଷର ପଟେଲଙ୍କ ବଦଳ ସ୍ୱରୂପ ଶାହବାଜ ଅହମ୍ମଦଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ଡିସେମ୍ବର ୧୭ ତାରିଖରେ ଲକ୍ଷ୍ନୌରେ ଖେଳାଯିବ। ସିରିଜର ପଞ୍ଚମ ଏବଂ ଶେଷ ମ୍ୟାଚ୍ ଡିସେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ଏହି ସିରିଜରେ ଭାରତୀୟ ଦଳ ୨-୧ରେ ଆଗୁଆ ଅଛି।

ଆହୁରି ପଢନ୍ତୁ : Krushi Vidyanidhi scheme: ବଢ଼ିଲା କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି

ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ୍ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଜିତେଶ ଶର୍ମା (ଉଇକେଟକିପର), ସଞ୍ଜୁ ସାମସନ୍ (ଉଇକେଟକିପର), ଜସପ୍ରିତ ବୁମରାହ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ