ଅକ୍‌ଲାଣ୍ଡ ଟେଷ୍ଟ୍‍ରେ ନ୍ୟୁଜିଲାଣ୍ଡ୍‌କୁ ସୁଯୋଗ

ଅକ୍‌ଲାଣ୍ଡ୍‌: ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍‌ ଦିବାରାତ୍ର ବିଶିଷ୍ଟ ପ୍ରଥମ ଟେଷ୍ଟ୍‍ ଦୁଇ ଦିନର ବର୍ଷା ବାଧା ସତ୍ତ୍ୱେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଯାଇଛି। କେବଳ ପାଳି ପରାଜୟ ଏଡ଼ାଇବାକୁ ୩୬୯ ରନ୍‌ ଆବଶ୍ୟକ କରୁଥିବା ଇଂଲଣ୍ଡ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍‌ରେ ୧୩୨ ରନ୍‌ ସଂଗ୍ରହ କରିଥିବାରୁ ସଂଘର୍ଷ କରୁଛି। ପଞ୍ଚମ ଦିନରେ ନ୍ୟୁଜିଲାଣ୍ଡ୍‌କୁ ୭ ଓ୍ଵିକେଟ୍‌ ଆବଶ୍ୟକ ହେଉଛି ଏହି ଟେଷ୍ଟ୍‍ ଜିତିବାକୁ। ରବିବାର ୨୩୩/୪ରୁ ଖେଳିଥିବା ନ୍ୟୁଜିଲାଣ୍ଡ୍‌ ୪୨୭/୮ରେ ଘୋଷଣା କରିଥିଲା। ଯୋଜନାବଦ୍ଧ ଭାବେ ଫ୍ଲଡ୍‌ଲାଇଟ୍‌ ପଡ଼ିବାର ଘଣ୍ଟାକ ପରେ ପାଳି ଘୋଷଣା କରି ଇଂଲଣ୍ଡକୁ ଆହ୍ଵାନ ଦେଇଥିଲା। ଇଂଲଣ୍ଡ ଅବଶ୍ୟ ମାର୍କ ଷ୍ଟୋନ୍‌ମ୍ୟାନ୍‌ (୫୫) ଏବଂ ଜୋ ରୁଟ୍‌ (୫୧)ଙ୍କ ଅର୍ଧଶତକ ବଳରେ ଆହ୍ଵାନକୁ ଗ୍ରହଣ କରିଥିଲା। କିନ୍ତୁ ଦିନର ଶେଷ ବଲ୍‌ରେ ରୁଟ୍‌ଙ୍କ ଓ୍ଵିକେଟ୍‌ର ପତନ ଇଂଲଣ୍ଡକୁ ଅଡୁଆରେ ପକାଇ ଦେଇଛି। ପୂର୍ବରୁ ହେନରି ନିକଲ୍‌ସ (୧୪୫*, ୨୬୮ ବଲ , ୧୮ ଚୌକା) ନିଜ ଖେଳ ଜୀବନର ଶ୍ରେଷ୍ଠ ପ୍ରଥମ ଶ୍ରେଶୀ ପାଳି ତଥା ଦ୍ୱିତୀୟ ଟେଷ୍ଟ ଶତକ ଜମାଇବାରୁ ନ୍ୟୁଜିଲାଣ୍ଡ ବଡ଼ ଅଗ୍ରଣୀ ପାଇଥିଲା।
ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୫୮ (କ୍ରେଗ୍‌ ଓଭରର୍ଟନ୍‌-୩୩*, ଟ୍ରେଣ୍ଟ ବୋଲ୍‌ଟ-୬/୩୨, ଟିମ୍‌ ସାଉଦି-୪/୨୫)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୧୪୧ ଓଭରରେ ୪୨୭/୮, ଘୋଷିତ (କେନ୍‌ ଓ୍ଵିଲିୟମ୍‌ସନ୍‌-୧୦୨, ହେନରି ନିକଲ୍‌ସ-୧୪୫*, ବିଜେ ଓ୍ଵାଟଲିଙ୍ଗ୍‌-୩୧, ଟିମ୍‌ ସାଉଦି-୨୫, ଗ୍ରାଣ୍ଡହୋମ୍‌-୨୯, ଷ୍ଟୁଆର୍ଟ ବ୍ରଡ୍‌-୩/୭୮, ଜେମ୍‌ସ ଆଣ୍ଡର୍‌ସନ୍‌-୩/୮୭)। ଇଂଲଣ୍ଡ ଦ୍ୱିତୀୟ ପାଳି: ୪୬.୫ ଓଭରରେ ୧୩୨/୩ (ମାର୍କ ଷ୍ଟୋନ୍‌ମ୍ୟାନ୍‌-୫୫, ଜୋ ରୁଟ୍‌-୫୧, ଡେଭିଡ୍‌ ମଲାନ୍‌-୧୯*, ଟ୍ରେଣ୍ଟ ବୋଲ୍‌ଟ-୨/୨୪, ନିଲ୍‌ ଓ୍ଵାଗ୍‌ନର-୧/୩୨)।

ସମ୍ବନ୍ଧିତ ଖବର