ଲଣ୍ଡନ : ଚଳିତ ୱିମ୍ବଲଡନ୍ ଟେନିସ ପ୍ରତିଯୋଗିତାର ପ୍ରିକ୍ବାର୍ଟର ଫାଇନାଲ୍ରେ ପୁରୁଷ ଏକକ ବିଶ୍ବ ମାନ୍ୟତାର ପ୍ରଥମ ୩ ସ୍ଥାନରେ ଥିବା କାର୍ଲୋସ ଅଲ୍କାରାଜ ଗାର୍ଫିଆ, ନୋଭାକ ଜୋକୋଭିକ ଓ ଡାନିଲ ମେଦଭେଦେଭ ସ୍ଥାନ ପକ୍କା କରିଛନ୍ତି। ଶନିବାର ରାଉଣ୍ଡ ୩୨ରେ ୟୁଏସ୍ ଓପନ୍ ବିଜେତା ସ୍ପେନ୍ର ଅଲ୍କାରାଜ ୬-୩, ୬-୭, ୬-୩, ୭-୫ ସେଟ୍ରେ ଚିଲିର ନିକୋଲାସ ଜାରିଙ୍କୁ, ୨୩ ଗ୍ରାଣ୍ଡ ସ୍ଲାମ ବିଜେତା ସର୍ବିଆ ତାରକା ଜୋକୋଭିକ ୬-୩, ୬-୧, ୭-୬ ସେଟ୍ରେ ୩ ଗ୍ରାଣ୍ଡ ସ୍ଲାମ୍ ବିଜେତା ସ୍ବିଜରଲାଣ୍ଡର ଷ୍ଟାନ୍ ୱାରିଙ୍କାଙ୍କୁ ଏବଂ ୨୦୨୧ ୟୁଏସ୍ ଓପନ୍ ବିଜେତା ରୁଷିଆର ମେଦଭେଦେଭ ୪-୬, ୬-୩, ୬-୪, ୬-୪ ସେଟ୍ରେ ହଙ୍ଗେରିର ମାର୍ଟନ ଫୁକ୍ସୋଭିକ୍ସଙ୍କୁ ପରାସ୍ତ କରିଥିଲେ। ଏଥି ସହ ଜୋକୋଭିକ ୱିମ୍ବଲଡନ୍ରେ ଲଗାତାର ୩୧ ପଞ୍ଚମ ମାନ୍ୟତାପ୍ରାପ୍ତ ଷ୍ଟିଫାନସ ସିସିପାସ ମଧ୍ୟ ପ୍ରିକ୍ବାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତ। ଏହି ଗ୍ରିକ୍ ତାରକା ୬-୪, ୭-୬, ୬-୪ ସେଟ୍ରେ ସର୍ବିଆର ଲାସ୍ଲୋ ଜେରେଙ୍କୁ ପରାସ୍ତ କରିଥିଲେ। ବିଜୟ ପାଇବାରେ ପିଟ୍ ସାମ୍ପ୍ରାସଙ୍କ ସମକକ୍ଷ ହୋଇଛନ୍ତି।
ମହିଳା ଏକକ ପ୍ରିକ୍ବାଟର୍ର ଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କା, ନବମ ମାନ୍ୟତାପ୍ରାପ୍ତ ପେତ୍ରା କ୍ବିତୋଭାଙ୍କ ସହ ବାତ୍ରିଜ ହାଦାଦ ମାୟା (ତ୍ରୟୋଦଶ) ଓ କାତାରିନା ଆଲେକଜାଣ୍ଡ୍ରୋଭା ପ୍ରବେଶ କରିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍ ବିଜୟିନୀ ବେଲାରୁଷର ସାବାଲେଙ୍କା ୬-୨, ୬-୩ ସେଟ୍ରେ ରୁଷିଆର ଆନ୍ନା ବ୍ଲିଙ୍କୋଭାଙ୍କୁ, ୨ ଥରର ୱିମ୍ବଲଡନ୍ ବିଜୟିନୀ ଚେକ୍ ଗଣରାଜ୍ୟର କ୍ବିତୋଭା ୬-୩, ୭-୫ ସେଟ୍ରେ ସର୍ବିଆର ନାତାଲିଜା କୋଷ୍ଟିଙ୍କୁ, ଫ୍ରେଞ୍ଚ ଓପନ୍ ସେମିଫାଇନାଲିଷ୍ଟ ବ୍ରାଜିଲର ମାୟା ୬-୨, ୬-୨ ସେଟ୍ରେ ରୋମାନିଆର ସୋରାନା କିଷ୍ଟିଆଙ୍କୁ ଏବଂ ରୁଷିଆର ଆଲେକ୍ଜାଣ୍ଡ୍ରୋଭା ୬-୦, ୬-୪ ସେଟ୍ରେ ହଙ୍ଗେରିର ଡାଲମା ଗାଲ୍ଫିଙ୍କୁ ହରାଇଥିଲେ।
ଭାରତୀୟ ପୁରୁଷ ଯୋଡ଼ି ଜୀବନ ନେଦୁଞ୍ଚେଝିଆନ୍ ଓ ଏନ୍ ଶ୍ରୀରାମ ବାଲାଜୀ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଏହି ଭାରତୀୟ ଯୋଡ଼ି ୬-୭, ୪-୬ ସେଟ୍ରେ ଆମେରିକା ଓ କ୍ରୋଏସିଆ ଯୋଡ଼ି ଅଷ୍ଟିନ କ୍ରାଜିସେକ ଓ ଇଭାନ ଡୋଡିଗଙ୍କଠୁ ହାରି ଯାଇଛନ୍ତି।