ଧୋନିଙ୍କ କୀର୍ତ୍ତିମାନ ଭାଙ୍ଗିଲେ ଆଲିସା

ବ୍ରିସବେନ୍: ଅଷ୍ଟ୍ରେଲିଆର ଆଲିସା ହିଲି ରବିବାର ଟି-୨୦ କ୍ରିକେଟ୍‌ରେ ୱିକେଟ୍‌ରକ୍ଷକ ଭାବେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କୀର୍ତ୍ତିମାନ ଭାଙ୍ଗିଛନ୍ତି। ବ୍ରିସବେନର ଆଲାନ ବର୍ଡର ପଡ଼ିଆରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଏକ ମ୍ୟାଚ୍‌ରେ ସେ ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଅନ୍ତର୍ଜାତୀୟ ଟି-୨୦ରେ ୱିକେଟ୍‌ ପଛରେ ଧୋନି ମୋଟ ୯୧ ଜଣଙ୍କୁ ଆଉଟ୍‌ କରିଥିଲା ‌ବେଳେ ଏହି ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ରେ ହିଲି ୯୨ରେ ପହଞ୍ଚିଯାଇଛନ୍ତି। ଗତ ମାସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ଧୋନି ଭାରତ ପାଇଁ ୯୮ ଟି-୨୦ ମ୍ୟାଚ୍‌ ଖେଳି ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ହିଲି ଏହାକୁ ଟପିବା ପାଇଁ ୧୧୪ ମ୍ୟାଚ୍‌ ଖେଳିଛନ୍ତି।‌

ସମ୍ବନ୍ଧିତ ଖବର