ଲଣ୍ଡନ: ଦୁଇଥର ବିଜେତା ବିଶ୍ବର ୨ ନମ୍ବର କାର୍ଲୋସ ଅଲ୍କାରାଜ ଲଗାତାର ତୃତୀୟ ଥର ଲାଗି ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିଛନ୍ତି। ଶୁକ୍ରବାର ପୁରୁଷ ଏକକ ସେମିଫାଇନାଲ୍ରେ ସ୍ପେନ୍ର ଏହି ୫ ଗ୍ରାଣ୍ଡ ସ୍ଲାମ୍ ବିଜେତା ୬-୪, ୫-୭, ୬-୩, ୭-୬ ସେଟ୍ରେ ଆମେରିକାର ଟେଲର ଫ୍ରିଜ୍ଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହ ଅଲ୍କାରାଜ ଏଠାରେ ହ୍ୟାଟ୍ରିକ୍ ଏବଂ ଷଷ୍ଠ ଗ୍ରାଣ୍ଡ ସ୍ଲାମ୍ ବିଜୟ ଦିଗରେ ଶେଷ ପାଦ ବଢ଼ାଇଛନ୍ତି। ଅଲ୍କାରାଜ ରବିବାର ଫାଇନାଲ୍ରେ ବିଶ୍ବର ଏକ ନମ୍ବର ଇଟାଲିର ଜାନ୍ନିକ ସିନ୍ନର କିମ୍ବା ୨୪ ଗ୍ରାଣ୍ଡ ସ୍ଲାମ୍ ବିଜେତା ସର୍ବିୟା ତାରକା ନୋଭାକ ଜୋକୋଭିକ୍ଙ୍କୁ ଭେଟିବେ। ଉଭୟଙ୍କ ମଧ୍ୟରେ ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍ ଚାଲିଛି।
ଫାଇନାଲ୍ରେ ଅଲ୍କାରାଜ
ଦୁଇଥର ବିଜେତା ବିଶ୍ବର ୨ ନମ୍ବର କାର୍ଲୋସ ଅଲ୍କାରାଜ ଲଗାତାର ତୃତୀୟ ଥର ଲାଗି ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିଛନ୍ତି। ଶୁକ୍ରବାର ପୁରୁଷ ଏକକ ସେମିଫାଇନାଲ୍ରେ ସ୍ପେନ୍ର ଏହି ୫ ଗ୍ରାଣ୍ଡ ସ୍ଲାମ୍...
/sambad/media/media_files/2025/07/12/xswasz-2025-07-12-06-13-50.jpg)