ଲଣ୍ଡନ: ଚଳିତ ଅଲ୍‌ଇଂଲଣ୍ଡ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରୁ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ବୁଧବାର ମହିଳା ଏକକ ରାଉଣ୍ଡ ୩୨ରେ ଏହି ଭାରତୀୟ ମହିଳା କଡ଼ା ସଂଘର୍ଷ କରି ୨୧-୧୯, ୧୩-୨୧, ୧୩-୨୧ରେ ଦକ୍ଷିଣ କୋରିଆର ଜିଇ କିମ୍‌ଙ୍କଠୁ ହାରିଯାଇଛନ୍ତି। ତେବେ ମିଶ୍ରିତ ଯୁଗଳ ଯୋଡ଼ି ରୋହନ କାପୁର ଓ ଋତ୍ବିକା ଶିବାନୀ ଗଡ଼େ ଏବଂ ମହିଳା ଯୁଗଳ ଯୋଡ଼ି ଗାୟତ୍ରୀ ଗୋପୀଚାନ୍ଦ ଓ ତ୍ରିଶା ଜଲି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Advertisment

ରୋହନ ଓ ଋତ୍ବିକା ୨୧-୧୦, ୧୭-୨୧, ୨୪-୨୨ରେ ଚାଇନିଜ୍‌ ତାଇପେର ୟେ ହଙ୍ଗ ୱିଇ ଓ ନିକୋଲ ଗୋଞ୍ଜାଲେସ୍‌ଙ୍କୁ ଏବଂ ଗାୟତ୍ରୀ ଓ ତ୍ରିଶା ୨୧-୧୩, ୨୧-୧୭ରେ ତାଇୱାନ୍‌ର ସୁଙ୍ଗ ସୁୟୋ-ୟୁନ୍‌ ଓ ଚେନ୍‌ ୟୁଫେଇଙ୍କୁ ହରାଇଥିଲେ। ଗତକାଲି ଲକ୍ଷ୍ୟ ସେନ୍‌ ଓ ମାଳବିକା ବଂଶୁଦ ନିଜ ନିଜ ମ୍ୟାଚ୍‌ ଜିତି ଦ୍ବିତୀୟ ରାଉଣ୍ଡ‌ରେ ସ୍ଥାନ ପକ୍କା କରିଥିଲେ।