ଅଲ୍‌ ଇଂଲଣ୍ଡ ଓପନ୍‌ : ବିଜୟରୁ ସିନ୍ଧୁଙ୍କ ଅଭିଯାନ

ବର୍ମିଂହାମ : ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଅଲ୍‌ ଇଂଲଣ୍ଡ ଓପନ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ମହିଳା ଏକକ ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ଷଷ୍ଠ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୪, ୨୧-୧୭ ସିଧାସଳଖ ସେଟ୍‌ରେ ଆମେରିକାର ବିୱେନ୍‌ ଝାଙ୍ଗ୍‌ଙ୍କୁ ପରାସ୍ତ କରିଥିଲେ। ତେବେ ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ ଓ ମିଶ୍ରିତ ଯୁଗଳରେ ଭାରତୀୟ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଏନ୍‌ ସିକ୍କି ରେଡ୍ଡୀଙ୍କ ଅଭିଯାନ ପ୍ରଥମ ପର୍ଯ୍ୟାୟରୁ ଶେଷ ହୋଇଛି। ଶ୍ରୀକାନ୍ତ ୧୫-୨୧, ୧୬-୨୧ରେ ଚୀନ୍‌ର ଚେନ୍‌ ଲଙ୍ଗ୍‌ଙ୍କଠୁ ଏବଂ ପ୍ରଣବ ଓ ଜେରି ୧୩-୨୧, ୨୧-୧୧, ୧୭-୨୧ରେ ଶୀର୍ଷ ମାନ୍ୟତା ଚୀନ ଯୋଡ଼ି ୱେଇ ସି ଝେଙ୍ଗ ଓ କ୍ବିଓଙ୍ଗ ୟା ହୁଆଙ୍ଗଙ୍କଠୁ ହାରି ବିଦାୟ ନେଇଛନ୍ତି। ଅପରପକ୍ଷରେ ଇଂଲଣ୍ଡର ଜେନି ମୁରେ ଓ ଭିକ୍ଟୋରିଆ ୱିଲିୟମ୍ସ ଓହରିଯିବା ପରେ ଭାରତର ଅଶ୍ବିନୀ ପୋନାପ୍ପା ଓ ଏନ୍‌ ସିକି ରେଡ୍ଡି ପରବର୍ତ୍ତି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର