ସର୍ବଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ମୁଖ୍ୟ ପର୍ଯ୍ୟାୟରେ ସ୍ୱାଧୀନ

ଭୁବନେଶ୍ୱର: ସିକିମ୍‌ରେ ଚାଲିଥିବା ସର୍ବଭାରତୀୟ ମାନ୍ୟତା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ପୁରୁଷ ଏକକ ମୁଖ୍ୟ ପର୍ଯ୍ୟାୟରେ ଓଡ଼ିଶାର ସ୍ୱାଧୀନ ଗୌଡ଼ ପହଞ୍ଚିଛନ୍ତି। ମଙ୍ଗଳବାର ଯୋଗ୍ୟତା ମୁକାବିଲାରେ ସ୍ୱାଧୀନ ୨୧-୧୭, ୨୧-୧୯ରେ ପଞ୍ଜାବର ଜାକବ୍‌ ସାଇନିଙ୍କୁ ହରାଇଥିଲେ। ସେହିପରି ଯୁଗଳରେ କେ ମୁରଲୀକୃଷ୍ଣଙ୍କୁ ସାଥୀ କରିଥିବା ଓଡ଼ିଆ ଖେଳାଳି ଅଭିମନ୍ୟୁ ବଗର୍ତି ୨୪-୨୨, ୨୧-୧୫ରେ ବିକ୍ରମାଦିତ୍ୟ ଚୌଫ୍ଲା-ରାଜ ରବି ଶର୍ମାଙ୍କୁ ହରାଇ ମୁଖ୍ୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିଲେ।

ସମ୍ବନ୍ଧିତ ଖବର