ସର୍ବଭାରତୀୟ ବେସାମରିକ ଚେସ୍‌: ଉତ୍କଳ ରନର୍‌, ଅଭିଷିକ୍ତା ତୃତୀୟ

ଭୁବନେଶ୍ବର: ଦିଲ୍ଲୀରେ ଅନୁଷ୍ଠିତ ସର୍ବଭାରତୀୟ ବେସାମରିକ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶାର ଉତ୍କଳ ରଂଜନ ସାହୁ ଏବଂ ଅଭିଷିକ୍ତା ପଟ୍ଟନାୟକ ଚମକ ଦେଖାଇଛନ୍ତି। ପୁରୁଷ ଏକକ ବର୍ଗରେ ପୂର୍ବତନ ରାଜ୍ୟ ବିଜେତା ଉତ୍କଳ ରଂଜନ ୯ ରାଉଣ୍ଡରୁ ୭.୫ ପଏଣ୍ଟ୍ ପାଇ ଦ୍ବିତୀୟ ସ୍ଥାନରେ ରହି ରନର୍‌ ଅପ୍ ଟ୍ରଫି ପାଇଛନ୍ତି। ବେଙ୍ଗାଲୁରୁର ଏନ ସଞ୍ଜୟ ୮ ପଏଣ୍ଟ ସହ ବିଜେତା ହୋଇଥିଲେ। ଓଡ଼ିଶାର ମନୋଜ କୁମାର ପାଣିଗ୍ରାହୀ ୭ ପଏଣ୍ଟ ସହ ସପ୍ତମରେ ରହିଥିବା ବେଳେ ସୁଧୀର ବେହେରା, ମାନସ ପରିଡ଼ା ୬ ପଏଣ୍ଟ ଲେଖାଏଁ ପାଇଥିଲେ। ମହିଳା ଏକକରେ ଚେନ୍ନାଇର ଜେ ଶରଣ୍ୟା (୯), ବିହାରର ମିଙ୍କି ସିହ୍ନା (୭.୫)ଙ୍କ ପଛକୁ ରହି ଓଡ଼ିଶାର ଅଭିଷିକ୍ତା ପଟ୍ଟନାୟକ (୭) ତୃତୀୟ ସ୍ଥାନରେ ରହିବାର ଗୌରବ ପାଇଥିଲେ।

ସମ୍ବନ୍ଧିତ ଖବର