ରେଭେନ୍ସାରେ ସର୍ବଭାରତୀୟ ଫିଡେ ରେଟି˚ ଚେସ୍‌ ୮ରୁ

କଟକ: ଆସନ୍ତା ଜୁନ୍‌ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ବବିଦ୍ୟାଳୟ ସେଭେନ୍‌ ପିଲାର୍ସ ଅଫ୍‌ ଵିସ୍‌ଡମ୍‌ଠାରେ ସର୍ବଭାରତୀୟ ଫିଡେ ରେଟି˚ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୬୦୦ ରେଟି˚ରୁ କମ୍‌ ପାଇଥିବା ଖେଳାଳିମାନେ ଏହି ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିପାରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ପ୍ରତିଯୋଗିତାରେ ମୋଟ ୧୦ ଲକ୍ଷ ୧୦ ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ଏହାବ୍ୟତୀତ ୧୨୨ ଟ୍ରଫି ମଧ୍ୟ ପ୍ରଦାନ କରାଯିବ। ବିଜେତାକୁ ୧ ଲକ୍ଷ ୧୦୦ ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯିବ। ଏହାଛଡ଼ା ଅଣମାନ୍ୟତାପ୍ରାପ୍ତ, ୧୦୦୧ରୁ ୧୨୦୦ ରେଟି˚, ୧୨୦୧ରୁ ୧୪୦୦ ରେଟି˚, ଶ୍ରେଷ୍ଠ ମହିଳା, ଭେଟେରାନ୍‌, ଦିବ୍ୟାଙ୍ଗ ଇତ୍ୟାଦି ବିଭାଗରେ ପୁରସ୍କାର ପ୍ରଦାନ କରାଯିବ। ପୁଣି ୬ରୁ ୧୩ ବର୍ଷ ବୟସ ପର୍ଯ୍ୟନ୍ତ ବାଳକ ଓ ବାଳିକା ବିଭାଗର ବିଭିନ୍ନ ବୟସ ବର୍ଗରେ ପୁରସ୍କାର ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାକୁ ଇଚ୍ଛୁକ ଥିବା ଖେଳାଳିମାନେ ବିରଞ୍ଚି ନାରାୟଣ ସାହୁ (୯୦୯୦୧ ୬୫୨୯୯, ୯୯୩୭୫ ୨୯୩୭୯) ଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର