ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ରଗ୍‌ବି: କିଟ୍‌କୁ କାଂସ୍ୟ

ଭୁବନେଶ୍ବର: ମୁମ୍ବାଇ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଚଳିତ ମାସ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ରଗ୍‌ବି ପ୍ରତିଯୋଗିତାରେ କିଟ୍‌ ବିଶ୍ବବିଦ୍ୟାଳୟ କାଂସ୍ୟ ପଦକ ହାସଲ କରିଛି। ଗୁରୁବାର ଅନ୍ତିମ ଦିବସରେ କିଟ୍‌ ଦଳ ୩୧-୦ରେ ପଞ୍ଜାବ ବିଶ୍ବବିଦ୍ୟାଳୟ (ଚଣ୍ଡୀଗଡ଼)କୁ ପରାସ୍ତ କରି ପଦକ ଅମଳ କରିଥିଲା। ଦଳର ସଫଳତା ପାଇଁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। କାଂସ୍ୟ ବିଜେତା କିଟ୍‌ ଦଳ: ସୁଗୁଦା ମାଝୀ, ନୁନାରାମ ହାଁସ୍‌ଦା, ନାଗାର୍ଜୁନ ଭୋଇ, ଯୁଗଳ କିଶୋର ମାଝୀ, ପ୍ରିୟରଞ୍ଜନ ମଲ୍ଲିକ, ନରସିଂହ ମାର୍ଣ୍ଡି, ଗଜେନ୍ଦ୍ର ବାସ୍କେ, ଜିତେନ୍ଦ୍ର ମାଝୀ, ମକରନ୍ଦ ପ୍ରଧାନ, ସେରଲ ହାଁସ୍‌ଦା, ସଞ୍ଜୟ କିଶନ, ରାମଚନ୍ଦ୍ର ହାଁସ୍‌ଦା। ମୁନା ମୁର୍ମୁ (ପ୍ରବନ୍ଧକ)।

ସମ୍ବନ୍ଧିତ ଖବର