ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ସ୍ନେହା ସୋରେନ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟଠାରେ ଆୟୋଜିତ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ଭାରୋତ୍ତୋଳନ (ମହିଳା)ରେ ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ୪୯ କିଲୋଗ୍ରାମ ବର୍ଗରେ ଭାଗନେଇଥିବା ସ୍ନେହା ପ୍ରଥମ ଦିନରେ ଏହି ପଦକ ଜିତି ବିଶ୍ବବିଦ୍ୟାଳୟ ସହ ରାଜ୍ୟ ପାଇଁ ଖୁସି ଆଣିଛନ୍ତି। ସେ ମୋଟ ୧୬୬ କେଜି (ସ୍ନାଚ୍ରେ ୭୩ କେଜି ଏବଂ କ୍ଲିନ୍ ଓ ଜର୍କ ୯୩ କେଜି) ଉଠାଇ ପ୍ରଥମ ସ୍ଥାନ ଦଖଲ କରିଥିଲେ। ଏହି ସ୍ବର୍ଣ୍ଣ ସହ ସେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରି ନେଇଛନ୍ତି। ତାଙ୍କର ଏହି ସଫଳତା ଲାଗି କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସିବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।
ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ଭାରୋତ୍ତୋଳନ, ସ୍ନେହାଙ୍କୁ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2021/12/654h65d465gdadgagdagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)