ଭୁବନେଶ୍ୱର (ଇମିସ): କିଟ୍ ପରିସରରେ ଗତ ୫ ତାରିଖରୁ ଚାଲିଥିବା ସର୍ବଭାରତୀୟ ଅନ୍ତଃଜୋନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ଭାରତର ପ୍ରମୁଖ ୪ ଜୋନ୍ରୁ ଉଭୟ ପୁରୁଷ ଓ ମହିଳା ବିଶ୍ୱବିଦ୍ୟାଳୟ ଦଳ ଏଥିରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ପଞ୍ଜାବ ବିଶ୍ୱବିଦ୍ୟାଳୟ ପୁରୁଷ ଏବଂ ଜୈନ୍ ବିଶ୍ୱିଦ୍ୟାଳୟ ମହିଳା ବର୍ଗରେ ପ୍ରଥମ ସ୍ଥାନ ଅକ୍ତିଆର କରି ବିଜେତା ହୋଇଛନ୍ତି। ଏମାନଙ୍କ ବ୍ୟତୀତ ପୁରୁଷରେ ଆନ୍ଧ୍ର ଓ ଦିଲ୍ଲୀ ଏବଂ ମହିଳାରେ ବୀର ନର୍ମଦ ସାଉଥ୍ ଓ ଆର୍ଟିଏମ୍ ନାଗପୁର ବିଶ୍ୱବିଦ୍ୟାଳୟ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇ ପୂର୍ବାଞ୍ଚଳ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାକୁ ଯୋଗ୍ୟତା ହାସଲ କରିଛନ୍ତି। ପୂର୍ବାଞ୍ଚଳ ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ମାସରେ କିଟ୍ରେ ମଧ୍ୟ ଆୟୋଜିତି ହେବ।
ମଙ୍ଗଳବାର ଅନ୍ତଃଜୋନ୍ ପ୍ରତିଯୋଗିତାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍ ରେଜିଷ୍ଟ୍ରାର ପ୍ରଫେସର ସସ୍ମିତା ସାମନ୍ତ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂଗଠନିକ ସଂପାଦକ ତଥା କିଟ୍ କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ, କେଭିଏସ୍ ମୁଖ୍ୟାଳୟ କ୍ରୀଡ଼ା ସେଲ୍ର ଓଏ୍ଡି ପିଏସ୍ ଦାରା, ସାଇ ବ୍ୟାଡମ୍ିଣ୍ଟନ ପ୍ରଶିକ୍ଷକ ଏମ୍ଏମ୍ ସାମନ୍ତରାୟ, ଭାରତୀୟ ବିଦ୍ୟାଳୟ କ୍ରୀଡ଼ା ସଂଘର ମୁଖ୍ୟ ସଂପାଦକ କେଏସ୍ ମୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ସର୍ବଭାରତୀୟ ଅନ୍ତଃଜୋନ୍ ବ୍ୟାଡ୍ମିଣ୍ଟନ୍: ପଞ୍ଜାବ ଓ ଜୈନ୍ ବିଶ୍ୱବିଦ୍ୟାଳୟ ବିଜେତା
/sambad/media/post_attachments/wp-content/uploads/2018/01/5-ALL-INDIA-INTER-ZONE-BADMINTON.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)