କଟକ: ଦିଲ୍ଲୀ ହାଇକୋର୍ଟ ଦଳ ୨୪ତମ ସର୍ବଭାରତୀୟ ଆଇନଜୀବୀ କ୍ରିକେଟ୍ ପ୍ରତିଯୋଗିତାର ବିଜେତା ହୋଇଛି। ଡ୍ରିମ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଦିଲ୍ଲୀ ୨୫ ରନ୍ରେ ଚେନ୍ନାଇ ଆଇନଜୀବୀ ଦଳକୁ ହରାଇଥିଲା। ଦିଲ୍ଲୀ ନିର୍ଧାରିତ ୨୦ ଓଭରରେ ୨ ଵିକେଟ୍ ହରାଇ ୧୯୫ ରନ୍ କରିଥିଲା। ପ୍ରଦୀପ ଯାଦବ ୯୭* ଓ ଆଞ୍ଜେଲ ଭରଦ୍ବାଜ ୫୧* ଅପରାଜିତ ରହିଥିଲେ। ଚେନ୍ନାଇ ଗୋଟିଏ ଓଭର ପୂର୍ବରୁ ୧୭୦ ରନ୍ରେ ସମସ୍ତ ଵିକେଟ୍ ହରାଇଥିଲା। ସେଲ୍ଭେନଦ୍ରାନ ୫୪, ପିଆର୍ବିଏମ୍ କୁମାର ୪୫ ରନ୍ କରିଥିଲେ। ବିଜୟୀ ଦଳ ପକ୍ଷରୁ ଅଭିନବ ଶର୍ମା ୩, ଯଶବୀର ସି˚ହ, ରୁପକ, ନବୀନ ଦୁଇ ଵିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ।
ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ଓ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପ୍ରଦୀପ ଯାଦବ, ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଓ ଶ୍ରେଷ୍ଠ ବୋଲର ଭାବେ ଧଳପଥି ବିଘ୍ନେଷ ପୁରସ୍କୃତ ହୋଇଥିଲେ। ବିଶ୍ବନାଥ ପଶାୟତ ସ୍ମାରକୀ କମିଟି ତରଫରୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଓ ଫାଇନାଲ୍ର ଶ୍ରେଷ୍ଠ ଖେଳାଳିଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା।
ଉଦ୍ଯାପନୀ କାର୍ଯ୍ୟକ୍ରମରେ ଡ୍ରିମ୍ସ ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଆଇନଜୀବୀ କ୍ରିକେଟ୍ ସ˚ଘର ଆବାହକ ସ˚ଜୟ ଦାସ, କାର୍ଯ୍ୟକାରୀ ସମ୍ପାଦକ ଅଭିଜିତ ପଟ୍ଟନାୟକ, ଡ୍ରିମ୍ସ କ୍ରୀଡ଼ା ନିର୍ଦ୍ଦେଶକ ନବକିଶୋର ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ।