ଭୁବନେଶ୍ୱର: ଲିଙ୍ଗରାଜ କ୍ରୀଡ଼ା ସଂଘ (ଏଲଏସ୍ଏ) ଆନୁକୂଲ୍ୟରେ ସ୍ଥାନୀୟ ପୋଖରିପୁଟ ସ୍ଥିତ ଲିଙ୍ଗରାଜ ବିହାର ଭଲିବଲ୍ ପଡ଼ିଆରେ ନଭେମ୍ବର ୫ ତାରିଖରେ ସର୍ବଭାରତୀୟ ଲିଙ୍ଗରାଜ କପ୍ ଦିବା/ରାତ୍ର ଦିନିକିଆ ଭଲିବଲ୍ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଆୟୋଜକ ଓଡ଼ିଶା ସହ ଛତିଶଗଡ଼, ଆନ୍ଧ୍ର ଏବଂ ପଶ୍ଚିମବଙ୍ଗ ଭଳି ଦଳ ଅଂଶ ଗ୍ରହଣ କରିବେ। ଲିଙ୍ଗରାଜ କପ୍ର ଏହା ଦଶମ ସଂସ୍କରଣ ହୋଇଥିଲା ବେଳେ ପ୍ରଥମ ଥର ପାଇଁ ରଜ୍ୟ ବାହାରୁ ତିନିଟି ଦଳ ଅଂଶ ଗ୍ରହଣ କରିବେ। ପ୍ରତିଯୋଗିତାଟି ସଂପୂର୍ଣ୍ଣ ବେସରକାରୀ ଉଦ୍ୟମରେ ଆୟୋଜିତ ହେବାକୁ ଯାଉଛି ଏବଂ ଏହାର ବ୍ୟୟ ଅଟକଳ ପାଖା ପାଖି ୩ ଲକ୍ଷ ଟଙ୍କା ରଖା ଯାଇଛି। ବିଜେତା ଦଳକୁ ଆକର୍ଷଣୀୟ ଟ୍ରଫି ସହ ୧୦,୦୦୦ ଏବଂ ଉପ ବିଜେତା ଦଳକୁ ୮,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ। ସେହିଭଳି ବିଭିନ୍ନ ବ୍ୟକ୍ତିଗତ ବର୍ଗର ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ଶନିବାର ଏଥିନେଇ ଆୟୋଜିତ ସାମ୍ବଦିକ ସମ୍ମିଳନୀରେ ଏଲ୍ସିଏର ସଭାପତି ତଥା ବିଜେଡି ନେତା ବାବୁ ସିଂହ ପ୍ରତିଯୋଗିତା ବିଷୟରେ ବିସ୍ତତ ବିବରଣୀ ଦେବା ସହ ଓଡ଼ିଶାରେ ଭଲିବଲ୍ର ବିକାଶ ଏହି ପ୍ରତିଯୋଗିତା ଆୟୋଜନର ମୂଳ ଲକ୍ଷ୍ୟ ବୋଲି କହିଥିଲେ। କ୍ଲବର ଉପ ସଭାପତି ଶିବ ନାରାୟଣ ବାରିକ, ପ୍ରବନ୍ଧକ ସୁବାଷ ମିଶ୍ର, ମୁଖପାତ୍ର ସୁରତ୍ନ କୁମାର ସାହୁ ଏବଂ ଅନ୍ୟାନ୍ୟ କର୍ମକର୍ତା ଏହି ଅବସରରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଏଲ୍ସିଏ ରାଜ୍ୟରେ ଭଲିବଲ୍ର ବିକାଶ ଲାଗି ଗତ ଏକ ଦଶନ୍ଧିରୁ ଅଧିକ ସମୟ ହେବ କାର୍ଯ୍ୟ କରି ଆସୁଛି। କ୍ଲବ୍ର ପୃଷ୍ଠପୋଷକରେ ଏସ୍ କେ ଫରିଦ, ଅନୀଲ କୁମାର ସ୍ୱାଇଁ, ସମ୍ପଦ ବେହେରାଙ୍କ ଭଳି ପାଖା ପାଖି ୧୦ ଜଣ ଜାତୀୟ ସ୍ତରୀୟ ଖେଳାଳି ସୃଷ୍ଟି ହୋଇ ପାରିଛନ୍ତି। କ୍ଲବ୍ ପକ୍ଷରୁ ଅତୀତରେ କେତେକ ପଛୁଆ ଜିଲ୍ଲାର ପିଲାଙ୍କୁ ମଧ୍ୟ ଭଲିବଲ୍ ପ୍ରଶିକ୍ଷଣ ଦିଆ ଯାଇଛି। ଏମାନେ ସମସ୍ତେ ଏବେ ବିଭିନ୍ନ ବୃତ୍ତିଗତ ସଂସ୍ଥାରେ କାର୍ଯ୍ୟ କରୁଛନ୍ତିି।
ନଭେମ୍ବର ୫ରେ ସର୍ବଭାରତୀୟ ଲିଙ୍ଗରାଜ କପ୍ ଭଲିବଲ୍
/sambad/media/post_attachments/wp-content/uploads/2017/10/Lingaraj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)