ସୋର,: ସୋର ବ୍ଳକ୍ ବାଗୁଡ଼ି ମହାବୀର କ୍ରିକେଟ୍ କ୍ଲବ ଅାନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ମହାବୀର କ୍ରିକେଟ୍ ପ୍ରତିଯୋଗିତାରେ ପୂର୍ବତଟ ରେଳବାଇ (ଖୋର୍ଧା) ବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍ରେ ରେଳବାଇ ଦଳ ୪୦ ରନ୍ରେ ବାଲେଶ୍ବରର ୟୁ ଆଣ୍ଡ୍ ମି ଦଳକୁ ପରାସ୍ତ କରି ଟ୍ରଫି ହାତେଇଥିଲା।
ଟସ୍ ଜିଣି ବ୍ୟାଟିଂ ନେଇଥିବା ରେଳବାଇ ଦଳ ନିର୍ଧାରିତ ୩୦ ଓଭରରେ ୩ ୱିକେଟ ହରାଇ ୨୩୦ ରନ୍ କରିଥିଲା। ଜବାବରେ ୟୁ ଆଣ୍ଡ ମି ୩୦ ଓଭରରେ ୮ ୱିକେଟ ହରାଇ ୧୯୦ ରନ କରିପାରିଥିଲା। ୬୮ ବଲ୍ରେ ୧୦୫ ରନ୍ କରିଥିବା ବିଜେତା ରେଳବାଇ ଦଳର ପ୍ରଶାନ୍ତ ସାହୁ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ତାଙ୍କୁ କାକଳି ନାୟକ ୧ ହଜାର ଟଙ୍କା ପ୍ରଦାନ କରିଥିଲେ। ଶରତ ସାହୁ ଓ ପ୍ରାଣନାଥ ଜେନା ଫାଇନାଲ୍ ମ୍ୟାଚ୍ ପରିଚାଳନା କରିଥିଲେ। ଭାଷ୍ୟକାର ଭାବେ ଅବିନାଶ ସାମଲ, ଯଦୁନାଥ ଜେନା ଓ ବାସୁେଦେବ ଜେନା, ସ୍କୋରର ଭାବେ ରଶ୍ମିରଂଜନ ବାରିକ, ଜଗଦୀଶ ସାହୁ ଏବଂ ଶକ୍ତିସ୍ବରୂପ ଦାସ ଦାୟିତ୍ବ ନିର୍ବାହ କରିଥିଲେ। ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋର ବିଧାୟକ ପର୍ଶୁରାମ ଧଡ଼ା ବିଜେତା ଦଳକୁ ଟ୍ରଫି ଏବଂ ୩୫ ହଜାର ଟଙ୍କା ପ୍ରଦାନ କରିଥିଲେ। ଉପବିଜେତା ଦଳକୁ ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ଶାନ୍ତିଲତା ବେହେରା ୨୦ ହଜାର ଟଙ୍କା ଏବଂ କପ୍ ପ୍ରଦାନ କରିଥିଲେ। ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପ୍ରଶାନ୍ତ ସାହୁଙ୍କୁ ବିକେ ଅାର୍ଟସ ସୋରର ଗୋଲୋକ ପାତ୍ର ୩ ହଜାର ଟଙ୍କା ଏବଂ ରାଜକିଶୋର ଦେ ଏକ ଟ୍ରଫି ପ୍ରଦାନ କରିଥିଲେ।
ସର୍ବଭାରତୀୟ ମହାବୀର କ୍ରିକେଟ୍:ଖୋର୍ଧା ରେଳବାଇ ବିଜେତା
/sambad/media/post_attachments/wp-content/uploads/2018/12/astha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)