ସର୍ବଭାରତୀୟ ବେସାମରିକ କ୍ରୀଡ଼ାରେ ଓଡ଼ିଶାକୁ ୪ ସ୍ୱର୍ଣ୍ଣ

ଭୁବନେଶ୍ୱର: ସର୍ବଭାରତୀୟ ବେସାମରିକ କ୍ରୀଡ଼ା ପ୍ରତିଯୋଗତାରେ ଓଡ଼ିଶାକୁ ୪ ସ୍ୱର୍ଣ୍ଣ ଏବଂ ଗୋଟିଏ କାଂସ୍ୟ ସହ ମୋଟ ୫ ପଦକ ମିଳିଛି। ସୁନ୍ଦରସ୍ୱାସ୍ଥ୍ୟରେ ଜନ୍ମେଜୟ ମହାନ୍ତି (୮୫ କେଜି), ଭଦି ଶ୍ରୀକାନ୍ତ (୬୦ କେଜି) ଏବଂ ଭାରୋତ୍ତୋଳନରେ ବିଶ୍ୱଜିତ୍‌ ପ୍ରତିହାରୀ (୯୪ କେଜି) ଓ ପ୍ରଦୀପ କୁମାର ସାହୁ (୬୫ କେଜି) ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ଭାରୋତ୍ତୋଳନର ୮୫ କେଜି ବର୍ଗରେ କାମେଶ୍ୱର ନାୟକ କାଂସ୍ୟ ପଦକ କରାୟତ କରିଥିଲେ। ଏହି ପ୍ରତିଯୋଗିତା ନୂଆଦିଲ୍ଲୀର ରାଜାବଜାରସ୍ଥିତ କମ୍ୟୁନିଟି ସେଣ୍ଟର୍‌ (ଗୃହ କଲ୍ୟାଣ କେନ୍ଦ୍ର)ରେ ଚଳିତ ମାସ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର