ଭୁବନେଶ୍ବର: ସର୍ବଭାରତୀୟ ଓପନ୍ କରାଟେ ପ୍ରତିଯୋଗିତାର ଏକାଦଶ ସଂସ୍କରଣ ଶୁକ୍ରବାର ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ଠାରେ ଆରମ୍ଭ ହୋଇଛି। ୪ ରାଜ୍ୟରୁ ମୋଟ ୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ଏହି ୩ ଦିନିଆ ପ୍ରତିଯୋଗିତାକୁ ସୁକୋକାଇ କରାଟେ ଡୋ ଏବଂ ଉତ୍କଳ କରାଟେ ସ୍କୁଲ୍ ମିଳିତ ଉଦ୍ୟମରେ ଆୟୋଜନ କରୁଛନ୍ତି। କରାଟେ ଫେଡେରେସନ୍ର ରେଫରି କମିସନ୍ର ଅଧ୍ୟକ୍ଷ ସିହାନ ପ୍ରେମଜିତ୍ ସେନ୍ ତଦାରଖ ଦାୟିତ୍ବରେ ରହିଛନ୍ତି। ସୁକୋକାଇ କରାଟେ ଡୋ ୟୁନିୟନ୍ ଇଣ୍ଡିଆର ମୁଖ୍ୟ ତଥା ଉତ୍କଳ କରାଟେ ସ୍କୁଲ୍ର ପ୍ରତିଷ୍ଠାତା ଡଃ ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାଧାନରେ ପ୍ରତିଯୋଗିତା ପରିଚାଳିତ ହେଉଛି।
ଶୁକ୍ରବାର ପ୍ରଥମ ଦିନ ବରିଷ୍ଠ ମହିଳା, ପୁରୁଷ, ୨୧ ବର୍ଷରୁ କମ୍ ପୁରୁଷ ଓ ମହିଳା, କଲର ବେଲ୍ଟ ପୁରୁଷ ଓ ମହିଳା ବର୍ଗରେ ପ୍ରତିଦ୍ବନ୍ଦ୍ବିତା ସଂପନ୍ନ ହୋଇଛି। ସେଥିରେ ଅଭିଷେକ ପଟ୍ଟନାୟକ, କୃଷ୍ଣ ଶିକାରୀ, ଯୋଗେଶ ବେରିହା, ଭାଲିନା ଭାଲେଣ୍ଟିନା, ଅଶ୍ବିନୀ ଖିଲୋ, ତପନ କୁମାର ବେହେରା, ଅନୁପମା ସ୍ବାଇଁ, ଚିନ୍ମୟୀ ଭୂୟାଁ, ତୁଷାର ବିଶ୍ବାଳ, ଅଫିଫା ପରଭେଜ୍, ଅମୀୟ କୁମାର ସାହୁ, ଆଶୁତୋଷ ପଟ୍ଟନାୟକ, ସୁସ୍ମିନୀ ପାଲଟାସିଂହ-ଅନୁପମା ସ୍ବାଇଁ- ସିନ୍ଧୁ ତନୟା ଖୁଣ୍ଟିଆ (ମିଳିତ ଭାବେ), ମୋନାଲି ମହାପାତ୍ର, ଡି ଭଗବାନ ରେଡ୍ଡୀ, ଆଶୁତୋଷ ବେହେରା, ଆର୍ୟନ୍ ରାଉତ, ସିନ୍ଧୁ ତନୟା ଖୁଣ୍ଟିଆ, ସୁସ୍ମିନୀ ପାଲଟାସିଂହ, ଅନୁରାଧା ପାତ୍ର, ସଞ୍ଚେତା ମହାନ୍ତି, ସଞ୍ଜୀବ କୁମାର ପୁଟେଲ, ଡି ଭଗବାନ ରେଡ୍ଡୀ, ସାଲୋନୀ ଲେଙ୍କା, ସୁମନ ଷଡ଼ଙ୍ଗୀ, ଫାଲ୍ଗୁନି ମହାପାତ୍ର (ସମସ୍ତେ ଓଡ଼ିଶା), ଜର୍ଜ (ଆନ୍ଧ୍ର ପ୍ରଦେଶ) ବିଭିନ୍ନ ବର୍ଗରେ ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।