ଭୁବନେଶ୍ବର: ତାମିଲନାଡୁର କେଟିଠାରେ ଆୟୋଜିତ ସର୍ବଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍-ବି’ରେ ସ୍ଥାନ ପାଇଥିବା ଓଡ଼ିଶା ରବିବାର ଖେଳିଥିବା ଦୁଇଟି ଯାକ ମ୍ୟାଚ୍ ଜିତି ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବାର ଆଶାକୁ ଦୃଢ଼ କରିଛି। ରବିବାର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ୯ ୱିକେଟ୍ରେ ଉତ୍ତରପ୍ରଦେଶ ବ୍ଲୁ’କୁ ଏବଂ ଦ୍ବିତୀୟରେ କର୍ଣ୍ଣାଟକକୁ ୮ ରନ୍ରେ ପରାସ୍ତ କରିଥିଲା। ନିର୍ଦ୍ଧାରିତ ୬ ଓଭରରେ ଉତ୍ତରପ୍ରଦେଶ ୬ ୱିକେଟ୍ ହରାଇ ୪୬ ରନ୍ କରିଥିଲା। ଭିକି ଦିଗଲଙ୍କ ୨୭ ରନ୍ ଓ ଶେଖର ସ୍ବାଇଁଙ୍କ ୧୮ ରନ୍ ବଳରେ ୩.୪ ଓଭରରେ ୧ ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା ଓଡ଼ିଶା। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଭିକି (୨୭ ରନ୍, ୨ ୱିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦ୍ବିତୀୟ ମ୍ୟାଚ୍ରେ ଓଡ଼ିଶା ୨ ୱିକେଟ୍ ହରାଇ ୩୮ ରନ୍ କରିଥିଲା। ମାନସ ରଂଜନ ସାହୁ ୨୦ ରନ୍ କରିଥିଲେ। ଜବାବରେ କର୍ଣ୍ଣାଟକ ୨୭ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ବୋଲିଂ ସଫଳତା ପାଇଁ ପୁଷ୍ପମିତ୍ର ମହାନ୍ତି (୩ ୱିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଓଡିଶା ଦଳ: ମାନସ ସାହୁ (ଅଧିନାୟକ), ପୁଷ୍ପମିତ୍ର ମହାନ୍ତି, ପ୍ରକାଶ ସାହୁ, ଅନୁଭବ ଖଟୁଆ, ସନ୍ତୋଷ ପ୍ରଧାନ, ଶେଖର ସ୍ୱାଇଁ, ରଂଜିତ କୁଣ୍ଡୁ, ସମ୍ପୂର୍ଣ ରଥ (ଉପ ଅଧିନାୟକ), ସୁନିଲ ମଲ୍ଲିକ, ଭିକି ଡିଗାଲ, ପୁଣ୍ୟପ୍ରସୂନ ମହାନ୍ତି, ଅରବିନ୍ଦ ସାହୁ, ସାଗର ରାଉତରାୟ। ପ୍ରଶିକ୍ଷକ- ରଞ୍ଜନ ମହାନ୍ତି, ପ୍ରବନ୍ଧକ-ସୋମନାଥ ପରିଡ଼ା।