ସର୍ବଭାରତୀୟ ଟ୍ବେଣ୍ଟି-୨୦ ଆମନ୍ତ୍ରଣୀୟ କ୍ରିକେଟ୍‌: ଓଡ଼ିଶା ଉପବିଜେତା, ସୂର୍ଯ୍ୟ ଶ୍ରେଷ୍ଠ‌ ଖେଳାଳି

କଟକ : ଛତିଶଗଡ଼ର ଦିଗ୍‌ବିଜୟ ଷ୍ଟାଡିୟମରେ ଶେଷ ହୋଇଥିବା ରାଣୀ ସୂର୍ଯ୍ୟମୁଖୀ ସ୍ମାରକୀ ସର୍ବଭାରତୀୟ ଟ୍ବେଣ୍ଟି-୨୦ ଆମନ୍ତ୍ରଣୀୟ କ୍ରିକେଟ୍‌ ଫାଇନାଲରେ ଛତିଶଗଡ଼ଠୁ ୩ ୱିକେଟ୍‌ରେ ପରାସ୍ତ ହୋଇ ଓଡ଼ିଶା ରନର୍ସ ଅପ୍‌ ହୋଇଛି। ଏହି ମ୍ୟାଚ୍‌ରେ ଛତିଶଗଡ଼ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ସ୍ବସ୍ତିକ ସାମଲଙ୍କ ୨୭ ଓ ଗୌରବ ଚୌଧୁରୀଙ୍କ ୨୨ ରନ୍‌ ସହୟାତରେ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଦୁଇଟି ବଲ୍‌ ପୂର୍ବରୁ ସମସ୍ତ ୱିକେଟ୍‌ ହରାଇ ୧୩୧ ରନ୍ କରିଥିଲା। ଜବାବରେ ଛତିଶଗଡ଼ ୧୮.୫ ଓଭର ଖେଳି ୭ ୱିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ବିଜୟୀ ଦଳର ଅନୁଜ ତିୱାରୀ ୩୫ ରନ୍ ଓ ଗଗନଦୀପ ୩୪ ରନ୍ କରିଥିଲେ। ଓଡ଼ିଶା ପାଇଁ ସୂର୍ଯ୍ୟକାନ୍ତ ପ୍ରଧାନ ୨ ୱିକେଟ୍‌ ନେଇଥିଲେ। ବିଳମ୍ବିତ ରାତିରେ ହୋଇଥିବା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଶାକୁ ଉପବିଜେତା ଟ୍ରଫି ସହ ୩ ଲକ୍ଷ ଟଙ୍କା ପୁରସ୍କାର ମିଳିଥିଲା। ଏହାବାଦ୍‌ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଏବଂ ସାୱନ ପାହାଡ଼ିଆଙ୍କୁ ଶ୍ରେଷ୍ଠ ଫିଲ୍ଡର ପୁରସ୍କାର ଦିଆଯାଇଥିଲା।

ସମ୍ବନ୍ଧିତ ଖବର