ସର୍ବଭାରତୀୟ ମହିଳା ଟେନିସ୍‌ : ଋତୁପର୍ଣ୍ଣା, ଅମୀକ କ୍ୱାର୍ଟର୍‌ ଫାଇନାଲ୍‌ରେ

ମେଣ୍ଢାଶାଳ/ଭୁବନେଶ୍ୱର,: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ୍‌ ଏକାଡେମି ଆନୁକୂୂଲ୍ୟରେ ସର୍ବଭାରତୀୟ ମହିଳା ଟେନିସ୍‌ (ଆଇଟା-ଓଟା ୫୦,୦୦୦ ମାନ୍ୟତା) ପ୍ରତିଯୋଗିତାର କ୍ୱାର୍ଟର୍‌ ଫାଇନାଲ୍‌ରେ ଓଡ଼ିଆ ତାରକା ଋତୁପର୍ଣ୍ଣା ଚୌଧୁରୀ ଏବଂ ଅମୀକ କିରଣ ବଥ ସ୍ଥାନ ପକ୍କା କରିଛନ୍ତି। ମଙ୍ଗଳବାର ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ଋତୁପର୍ଣ୍ଣା ୬-୪, ୬-୧ ସେଟ୍‌ରେ ଅଷ୍ଟମ ମାନ୍ୟତା ବିହାରର ମେଧାବୀ ସିଂହଙ୍କୁ ଏବଂ ଅମୀକ ୬-୨, ୪-୬, ୬-୪ ସେଟ୍‌ରେ ସପ୍ତମ ମାନ୍ୟତା ନିଜ ରାଜ୍ୟର ଅନାମ ଆଲ୍‌ମାସ୍‌ଙ୍କୁ ହରାଇଥିଲେ। ଏମାନଙ୍କ ବାଦ୍‌ ଶୀର୍ଷ ମାନ୍ୟତା ପଶ୍ଚିମବଙ୍ଗର ଯୁବରାଣୀ ବାନାର୍ଜୀ, ପଞ୍ଚମ ମାନ୍ୟତା ଝାଡ଼ଖଣ୍ଡର ଅଭିସ୍କା ଗୁପ୍ତା, ତୃତୀୟ ମାନ୍ୟତା ମହାରାଷ୍ଟ୍ରର ସ୍ରିସ୍ତିି ଦାସ, ଷଷ୍ଠ ମାନ୍ୟତା ତାମିଲନାଡ଼ୁର ଆର୍ଥୀ ମୁନିୟାନ୍‌, ଚତୁର୍ଥ ମାନ୍ୟତା ପଶ୍ଚିମବଙ୍ଗର ଶ୍ରୁତି ଗୁପ୍ତା, ଦ୍ୱିତୀୟ ମାନ୍ୟତା କର୍ଣ୍ଣାଟକର ବଂଶିତା ପଠାନିଆ ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର