ସର୍ବଭାରତୀୟ ଲୁତୁରପଙ୍କ କ୍ରିିକେଟ କପ୍‌: ଜାଗୃତି ସ୍ପୋର୍ଟିଂ ଫାଇନାଲରେ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ଲୁତୁରପଙ୍କ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଲୁତୁରପଙ୍କ କ୍ରିିକେଟ କପ୍‌ର ପ୍ରଥମ ସେମି ଫାଇନାଲରେ ଫ୍ରେଣ୍ଡସ କ୍ଲବ୍‌ ତାଳଚେରକୁ ହରାଇ ଜାଗୃତି ସ୍ପୋର୍ଟିଂ ଭୁବନେଶ୍ୱର ଫାଇନାଲରେ ପ୍ରବେଶ କରିଛି। ସୋମବାର ଏହି ମ୍ୟାଚ୍‌ରେ ଟସ୍‌ ହାରି ତାଳଚେର ପ୍ରଥମେ ବ୍ୟାଟିଂ କରିଥିଲା। ରାକେଶ ଦାସ ୪୧, କୁନାଲ ପାତ୍ର ୨୭ ଓ ଜୟ ପ୍ରକାଶ ସାହୁଙ୍କ ୧୪ ରନ୍‌ ସହାୟତାରେ ଦଳ ୨୧.୩ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୪୪ ରନ୍‌ କରିଥିଲା।

ଜାଗୃତି ପକ୍ଷରୁ ବାଦଲ ଭୋଲ ୩ଟି, ସତ୍ୟାନନ୍ଦ ରେଡ୍ଡି ୨ ଓ୍ଵିକେଟ ଅକ୍ତିଆର କରିଥିଲେ। ଜବାବରେ ଜାଗୃତି ସ୍ପୋର୍ଟିଂ ୨୧.୩ ଓଭରରେ ୬ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ମନୋରଞ୍ଜନ ତ୍ରିପାଠୀ ୪୭, ଦୁର୍ଗା ବେହେରା ୩୭ ଓ ଶୁଭ୍ରାଂଶୁ ହରିଚନ୍ଦନ ୩୦ ରନ୍‌ କରିଥିଲେ। ତାଳଚେର ଦଳର ରାଜେଶ ଦଳେଇ ୩ ଓ ମଣିକାନ୍ତ ଦଳେଇ ୨ ଓ୍ଵିକେଟ ଅକ୍ତିଆର କରିଥିଲେ। ଜାଗୃତି ସ୍ପୋର୍ଟିଂ ଦଳର ମନୋରଞ୍ଜନ ତ୍ରିପାଠୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମଙ୍ଗଳବାର ପୁଲ୍‌ ‘ବି’ର ପ୍ରଥମ ମ୍ୟାଚ୍‌ ସମ୍ବଲପୁର ମେହେତା କ୍ଲବ ଓ କଟକ ଜୁଭେନାଇଲ କ୍ଲବ ମଧ୍ୟରେ ହେବ।

ସମ୍ବନ୍ଧିତ ଖବର