ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ଟିଟି : ପଶ୍ଚିମବଙ୍ଗ ବିଜେତା 

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସର୍ବଭାରତୀୟ ଅନ୍ତଃଜୋନ୍‌ ଅନ୍ତଃବିଶ୍ୱବିଦ୍ୟାଳୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାରେ ପଶ୍ଚିମବଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟ ଟ୍ରଫି କରାୟତ କରିଛି। ମୁମ୍ବାଇ ଦ୍ୱିତୀୟ, ଦିଲ୍ଲୀ ତୃତୀୟ ଏବଂ ଅନ୍ନା ବିଶ୍ୱବିଦ୍ୟାଳୟ ଚତୁର୍ଥ ସ୍ଥାନରେ ରହି ପୁରସ୍କାର ପାଇଛନ୍ତି। ସୋମବାର ଫାଇନାଲ୍‌ରେ ପଶ୍ଚିମବଙ୍ଗ ୩-୨ରେ ମୁମ୍ବାଇକୁ ପରାସ୍ତ କରିଥିଲା। ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ ୩-୦ରେ ଆନ୍ନା ବିଶ୍ୱବିଦ୍ୟାଳୟକୁ ହରାଇଥିଲା। ଉଦ୍‌ଯାପନୀ ଉତ୍ସବରେ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ପ୍ରତିଯୋଗିତାର ମୁଖ୍ୟ ରେଫରି ନରେନ୍ଦ୍ର ରସ୍ତୋଗୀ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। କିଟ୍‌ର କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାଶ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର