କଟକ: ଜବାହରଲାଲ୍ ନେହରୁ ଇଣ୍ତୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତାରେ ହରିୟାଣା ଆଧିପତ୍ୟ ବିସ୍ତାର କରିଛି। ସୋମବାର ଗ୍ରୀକୋ ରୋମାନ୍ରେ ହରିୟାଣା ବିଜେତା ହେବା ପରେ ମଙ୍ଗଳବାର ବାଳିକା ଫ୍ରି ଷ୍ଟାଇଲ୍ରେ ମଧ୍ୟ ବିଜେତା ହୋଇଛି। ଦୁଇ ଦିନରେ ହରିୟାଣା ମୋଟ ୧୫ ପଦକ ଜିତିଥିଲା ବେଳେ ମହାରାଷ୍ଟ୍ର ୮ ପଦକ ପାଇଁ ଉପବିଜେତା ଓ ସାଇ ୭ ପଦକ ସହ ତୃତୀୟ ସ୍ଥାନରେ ରହିଛି। ବିଭିନ୍ନ ଓଜନ ବର୍ଗ ମଧ୍ୟରେ ୪୦ କିଲୋଗ୍ରାମରେ ହରିୟାଣାର କୋମଲ, ୪୩ରେ ହରିୟାଣାର ସ୍ବିଟି, ୪୬ରେ ହରିୟାଣାର ହନି କୁମାରୀ, ୪୯ରେ ହରିୟାଣାର ଅନ୍ତିମ, ୫୫ରେ ଉତ୍ତରପ୍ରଦେଶର ପୁଷ୍ପା ଯାଦବ, ୫୭ରେ ହରିୟାଣାର ପ୍ରିୟଙ୍କା, ୬୧ରେ ହରିୟାଣାର ଅର୍ଜୁ, ୬୫ରେ ମହାରାଷ୍ଟ୍ରର ରମଣଦୀପ, ୬୯ରେ ସାଇର ରବିତା କୁମାରୀ ଓ ୭୩ କିଲୋଗ୍ରାମରେ ହରିୟାଣାର ଭୂମି ସ୍ବର୍ଣ୍ଣ ପଦକ ପାଇଛନ୍ତି। ଓଡ଼ିଶାର ବାଳିକାମାନେ ଦ୍ବିତୀୟ ରାଉଣ୍ତ ପାର କରିବାରେ ଅସମର୍ଥ ହୋଇଥିଲେ। ଫଳରେ ଓଡ଼ିଶା ବାଳିକାଙ୍କ ପଦକ ଆଶା ଧୂଳିସାତ୍ ହୋଇଥିଲା ବେଳେ ବୁଧବାର ବାଳକ ବର୍ଗର ଫ୍ରି ଷ୍ଟାଇଲ୍ ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବ।
ଓଡ଼ିଶାର ସବୁ ଝିଅ ହାରିଲେ
ଜାତୀୟ ଉପକନିଷ୍ଠ କୁସ୍ତି
/sambad/media/post_attachments/wp-content/uploads/2019/02/7-Indoor-stadium-re-kusti-pratiyogita-23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)