ଅଲ୍ ଓଡ଼ିଶା ଓପନ୍‌ ଚେସ୍‌ ୩୦ରୁ

ଭୁବନେଶ୍ବର: ଓଡ଼ିଶା ସେକ୍ରେଟାରିଏଟ୍ ରିକ୍ରିଏସନ୍ କ୍ଲବ୍ ଆନୁକୂଲ୍ୟରେ ମାର୍ଚ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ଚତୁଃର୍ଦଶ ଅଲ୍ ଓଡ଼ିଶା ଓପନ୍ ଚେସ୍ ପ୍ରତିଯୋଗିତା କ୍ଲବ୍ ପରିସରରେ ଅନୁଷ୍ଠିତ ହେବ। ମୋଟ ୪୦,୦୦୦ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାରେ ବିଜେତାଙ୍କୁ ୫,୦୦୦ ଟଙ୍କା ପ୍ରଦାନ କରାଯିବ। ମୁଖ୍ୟ ବର୍ଗରେ ୨୫ ଜଣଙ୍କ ସହିତ ବିଭିନ୍ନ ବୟସ ବର୍ଗରୁ ଶ୍ରେଷ୍ଠ ୨ ଜଣଙ୍କୁ ମିଶାଇ ମୋଟ ୫୦ ଜଣଙ୍କୁ ପୁରସ୍କୃତ କରାଯିବ। ଆଗ୍ରହୀ ଖେଳାଳିମାନେ ୩୫୦ ଟଙ୍କା ପ୍ରବେଶିକା ଦେୟ ସହିତ ମାର୍ଚ ୨୮ ତାରିଖ ମଧ୍ୟରେ କ୍ଲବ୍ ସମ୍ପାଦକ ମାନଗୋବିନ୍ଦ ଦଳାଇ (୯୦୪୦୫୧୯୪୭୭) କିମ୍ବା ମୁଖ୍ୟ ଆର୍ବିଟର ବେଦାଶିଷ ପାଣିଗ୍ରାହୀ (୯୪୩୮୫ ୭୧୬୫୯)ଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର