ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟର ରାହୁଲ ବୋଷ ରଗ୍ବି ଷ୍ଟାଡିୟମ୍ରେ ରବିବାର ଉଦ୍ଯାପିତ ହୋଇଥିବା ଅଲ୍ ଓଡ଼ିଶା ରଗ୍ବି-୭ (କନିଷ୍ଠ ଓ ବରିଷ୍ଠ) ପ୍ରତିଯୋଗିତାରେ କିସ୍କୁ ୪ ଟ୍ରଫି ମିଳିଯାଇଛି। ଏହି ୪ ଦିନିଆ ପ୍ରତିଟୋଗିତାରେ କିସ୍ କନିଷ୍ଠ ବାଳିକା ଓ ବାଳକ ଏବଂ ବରିଷ୍ଠ ମହିଳା ଓ ପୁରୁଷ ବର୍ଗରେ ବିଜେତା ହୋଇ କ୍ଲିନ୍ ସୁଇପ୍ କରିଛି। ରବିବାର ଶେଷ ଦିନରେ କିସ୍ ବରିଷ୍ଠ ପୁରୁଷ ଦଳ ୧୭-୧୦ରେ ଭୁବନେଶ୍ବରକୁ ଏବଂ ମହିଳା ଦଳ ୪୮-୭ରେ କେନ୍ଦୁଝରକୁ ପରାସ୍ତ କରି ଟ୍ରଫି ହାତେଇଥିଲା। ଅନ୍ୟପକ୍ଷରେ ୧୮ ବର୍ଷରୁ କମ୍ ବାଳକ ଦଳ ୩୮-୦ରେ ମୟୂରଭଞ୍ଜକୁ ଏବଂ ବାଳିକା ଦଳ ୨୬-୦ରେ କେନ୍ଦୁଝରକୁ ପରାସ୍ତ କରି ବିଜେତା ହୋଇଥିଲେ। ଓଡ଼ିଶା ରଗ୍ବି ଫୁଟ୍ବଲ ଆସୋସିଏସନର ସଭାପତି ପ୍ରିୟଦର୍ଶୀ ମିଶ୍ର, ସଂପାଦକ ଉପେନ୍ଦ୍ର କୁମାର ମହାନ୍ତି, ମୁଖ୍ୟ ପ୍ରଶିକ୍ଷକ ମାନସ କୁମାର ଜେନା ଏବଂ ପ୍ରଶିକ୍ଷକ ଧୀରେନ କୁମାର ରାଉତ ଉଦ୍ଯାପନୀ ଉତ୍ସବରେ ଉପସ୍ଥିତ ରହିଥିଲେ।
ଅଲ୍ ଓଡ଼ିଶା ରଗ୍ବି-୭: କିସ୍କୁ ୪ ଟ୍ରଫି
/sambad/media/post_attachments/wp-content/uploads/2023/05/54fh654sfh5fhfhfh.jpg)