ନିଖିଳ ଓଡ଼ିଶା ଓପନ୍‌ ସ୍ନକର: ଫାଇନାଲରେ ସୁବ୍ରତ-ସିଦ୍ଧାର୍ଥ

ଭୁବନେଶ୍ୱର: ନୟାପଲ୍ଲୀସ୍ଥିତ ଭିଣ୍ଟେଜ୍‌ କ୍ଲବ୍‌ ପରିସରରେ ଚାଲିଥିବା ସପ୍ତମ ଏମ୍‌ଆଇଇଟି ନିଖିଳ ଓଡ଼ିଶା ଓପନ୍‌ ସ୍ନକର ପ୍ରତିଯୋଗିତାର ଫାଇନାଲରେ ଓଡ଼ିଶା କ୍ୟୁ ସ୍ପୋର୍ଟସ ଦୁନିଆର ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ସୁବ୍ରତ ଦାସ ଏବଂ ସିଦ୍ଧାର୍ଥ ସେନ ମୁହାଁମୁହିଁ ହେବେ। ସୋମବାର ସକାଳେ ଅନୁଷ୍ଠିତ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପ୍ରଥମ ସେମିଫାଇନାଲରେ ସୁବ୍ରତ ରାଜ୍ୟ ବରିଷ୍ଠ ବିଜେତା ନିଶାନ୍ତ ବିଶ୍ୱାଳଙ୍କୁ ୫-୩ରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରି ନେଇଥିଲେ। ସେହିଭଳି ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲରେ ସିଦ୍ଧାର୍ଥ ଉତ୍କଣ୍ଠପୂର୍ଣ୍ଣ ଭାବେ ୫-୪ରେ ଆକାଶ ମହାପାତ୍ରଙ୍କୁ ହରାଇ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହେବା ଲାଗି ଟକେଟ ହାସଲ କରି ନେଇଥିଲେ। ଏହି ରୋମାଞ୍ଚଭରା ମୁକାବିଲାରେ ସିଦ୍ଧାର୍ଥ ପ୍ରଥମେ ୧-୪ରେ ପଛୁଆ ଥିଲେ। ହେଲେ ପରେ ନାଟକୀୟ ପ୍ରତ୍ୟାବର୍ତନ ସହ ୫-୪ରେ ବିଜୟୀ ହୋଇ ଆକାଶଙ୍କୁ ବିଦାୟର ପଥ ଦେଖାଇ ଦେଇଥିଲେ। ଫାଇନାଲ୍‌ ମଙ୍ଗଳବାର ଅନୁଷ୍ଠିତ ହେବ। ବିଜୟୀ ଖେଳାଳି ସପ୍ତମ ଏମ୍‌ଆଇଇଟି ଟ୍ରଫି ଜିତିବେ।

ସମ୍ବନ୍ଧିତ ଖବର